ସମସ୍ତ ପ୍ୟାନ କାର୍ଡଧାରୀଙ୍କ ପାଇଁ ପ୍ୟାନ କାର୍ଡ ସହ ଜଡିତ ଥିବା ସମସ୍ତ ନିୟମ ଡିସେମ୍ବର 5 ତାରିଖରୁ ବଦଳିବାକୁ ଯାଉଛି. ଯଦି କୌଣସି ବ୍ୟବସାୟୀ ନଗଦ ଟଙ୍କା କାରବାର କରୁଛନ୍ତି ତାହାଲେ ତାଙ୍କ ପାଇଁ ଏହି ଖବର ଜାଣିବା ନିହାତି ଜରୁରୀ. ନୂଆ ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ବର୍ଷକ ଭିତରେ 2.5 ଲକ୍ଷ ଟଙ୍କା କାରବାର କରୁଛନ୍ତି ତାଙ୍କ ପାଇଁ ପ୍ୟାନ କାର୍ଡ କରିବା ନିହାତି ଜରୁରୀ. ଏହାଛଡା କୌଣସି ବ୍ୟବସାୟୀ ଯଦି ବର୍ଷକ ଭିତରେ 5 ଲକ୍ଷ ଟଙ୍କା କାରବାର କରନ୍ତି ତାହାଲେ ତାଙ୍କୁ ମଧ୍ୟ ପ୍ୟାନ କାର୍ଡ ନେବା ଜରୁରୀ. ଏହାଛଡା କୌଣସି ବ୍ୟକ୍ତି କାର୍ କିମ୍ବା ବାଇକ୍ କିଣିଲେ ସେଠାରେ ମଧ୍ୟ ପ୍ୟାନ କାର୍ଡ ଦେବା ଜରୁରୀ. ଏହାଛଡା 10ଲକ୍ଷରୁ ଉର୍ଦ୍ଧ ଟଙ୍କାର ସଂପତ୍ତି ବିକ୍ରି କଲେ କିମ୍ବା 2 ଲକ୍ଷରୁ ଅଧିକ ଟଙ୍କାର ଜିନିଷ କିଣିଲେ ମଧ୍ୟ ପ୍ୟାନ କାର୍ଡ ଦେବା ବାଧ୍ୟତା ମୂଳକ. ଆଉ ଯଦି ବ୍ୟାଙ୍କରେ 50 ହଜାର ଟଙ୍କାରୁ ଅଧିକ ଟଙ୍କା ରହୁଛି ତାହାଲେ ବ୍ୟାଙ୍କରେ ପ୍ୟାନ କାର୍ଡ ଦେବା ଆବଶ୍ୟକ. ଏଥିପାଇଁ 31 ମେ 2019 ଭିତରେ ପ୍ୟାନ କାର୍ଡ କରିନେବା ଆବଶ୍ୟକ. ନୂଆ ନିୟମ ଅନୁସାରେ, ପ୍ୟାନ କାର୍ଡ ଅପେକ୍ଷା ପ୍ୟାନ ନମ୍ବର ଅତି ଜରୁରୀ. ଫାଇନାନ୍ସ ଆକ୍ଟ 2018ରେ ଏହାକୁ ବଦଳାଇ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here