ଶୁକ୍ରବାର ବିଜେପି ଛାଡିଥିବା ଦିଲୀପ-ବିଜୟ ନିଜ ଦଳ ଛାଡିବା ପରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଏମାନଙ୍କୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଦଳ ଛାଡିବା ପରେ ଏମାନେ ଯିବେ କୁଆଡେ? କେଉଁ ଦଳରେ ସାମିଲ ହେବେ? ପୁଣି ଫେରିବେ କି ବିଜେଡି କୁ ? ନିଜ ଅଞ୍ଚଳରେ ପତିଆରା ଜାହିର କରିଥିବା ନେତାଙ୍କୁ କାହାକୁ ପୁଣି ଥିରେ ବାଛିବେ ତାହା ଏବେ ସନ୍ଦେହ ଘେରରେ ରହିଛି । ଏହି ପରିପ୍ରେକ୍ଷୀରେ ବିଜୁ ସମତାକ୍ରାନ୍ତି ଦଳର ଅଧ୍ୟକ୍ଷ ତଥା ବିଧାୟକ ଦାମୋଦର ରାଉତ ଆହ୍ୱାନ କରିଛନ୍ତି । ନିଜର ସ୍ୱାଭିମାନକୁ ଜଳାଞ୍ଜଳୀ ନଦେଇ ବିଜେଡ଼ିରେ ଆଉ ସାମିଲ ନ ହେବାକୁ ସେ ଖୁଲମଖୁଲା ମନ୍ତବ୍ୟ ଦେଇଛନ୍ତି । ରାଜ୍ୟରେ କ୍ଷମତା ପରିବର୍ତ୍ତନ ଆଣିବା ସହିତ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଓ ପରିବାର ବାଦରୁ ରାଜ୍ୟବାସୀଙ୍କୁ ରକ୍ଷା କରିବାକୁ ତାଙ୍କ ଦଳରେ ଯୋଗ ଦେବାକୁ ଦୁଇ ଜଣଙ୍କୁ ପ୍ରସ୍ତାବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here