ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ନୋଟ ବଦଳାଇବା ନିୟମରେ ସଂଶୋଧନ ଆଣିଛି. ଏହି ନୂଆ ନିୟମରେ 2000 ଓ 200 ଟଙ୍କିଆ ନୋଟକୁ ମଧ୍ୟ ସାମିଲ କରାଯାଇଛି. ନୋଟବନ୍ଦୀ ପରେ ଆସିଥିବା ଏହି ନୋଟର  ଆକାର ଛୋଟ ଥିଲା ଯାହା ପୁରୁଣା ନିୟମ ଭିତରେ ସାମିଲ ଥିଲା. ଆଗକୁ ଆପଣ ଯେତେବେଳେ 2000 ଓ 200 ଟଙ୍କିଆ ନୋଟ ନେବେ ତାହାଲେ ନିଶ୍ଚୟ ଧ୍ୟାନ ରଖିବେ ଏହା ଯେପରି ବେଶି ଫଟା ହୋଇନଥିବ. କାରଣ ଆପଣ ଯେଉଁ ନୋଟକୁ ବଦଳାଇବା ପାଇଁ ଚାହୁଁଛନ୍ତି ଯଦି ତାହା ଅଳ୍ପ ଚିରା କିମ୍ବା ଅଳ୍ପ ଫଟା ଥିବ ତାହାଲେ ଆପଣ ଏହାର ପୂରା ମୂଲ୍ୟ ପାଇପାରିବେ. ଆଉ ଯଦି ଏହା ବେଶି ଚିରିଥାଏ କିମ୍ବା ବେଶି ଫାଟିଥାଏ ତାହାଲେ ଆପଣ ଏହାର ପୂରା ମୂଲ୍ୟ ପାଇପାରିବେ ନାହିଁ. ତେବେ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମରେ ସଂଶୋଧନ କରିଛି. ଏ ପର୍ଯ୍ୟନ୍ତ 5, 10, 20, 50, 100 ଟଙ୍କିଆ ନୋଟକୁ ବଦଳାଇ ହେଉଥିଲା ହେଲେ ଏବେ 2000 ଓ 200 ଟଙ୍କିଆ ନୋଟକୁ ମଧ୍ୟ ଲୋକମାନେ ବଦଳାଇପାରିବେ.

 

LEAVE A REPLY

Please enter your comment!
Please enter your name here