ଆଜ୍ଞା ହଁ, ବନ୍ଦ ହେବ ଏସବିଆଇ ଇଣ୍ଟରନେଟ୍ ବ୍ୟାକିଂ. ଏସବିଆଇ ଜାରି କରିଥିବା ସୂଚନା ଅନୁସାରେ, ଶନିବାର ଅର୍ଥାତ୍ ଡିସେମ୍ବର 1 ଠାରୁ ଇଣ୍ଟରନେଟ୍ ବ୍ୟାକିଂ ସେବାକୁ  ବନ୍ଦ କରିଦିଆଯିବ. ଯାହାର ସୂଚନା ଏସବିଆଇ ନିଜ ୱେବସାଇଟ୍ ରେ ଜାରି କରିଛି. ଯଦି କୌଣସି ଗ୍ରାହକ ଏସବିଆଇ ଇଣ୍ଟରନେଟ୍ ବ୍ୟାକିଂ କରୁଛନ୍ତି ମାତ୍ର ବ୍ୟାଙ୍କ ସହ ମୋବାଇଲ ନମ୍ବର ରେଜିଷ୍ଟର କରିନାହାନ୍ତି ତାହାଲେ ଡିସେମ୍ବର 1 ପୂର୍ବରୁ କରାଇଦିଅନ୍ତୁ. ଆଉ ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି ତାହାଲେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ. କାରଣ ବର୍ତ୍ତମାନ ବ୍ୟାଙ୍କ  ମୋବାଇଲ ୱାଲେଟ୍ କୁ ବନ୍ଦ କରିବାକୁ ଯାଉଛି. ଏ ନେଇ ପୂର୍ବରୁ ମଧ୍ୟ ବ୍ୟାଙ୍କ ଗ୍ରାହକଙ୍କୁ ସୂଚନା ଦେଇଥିଲା. ଯଦିଓ ଗ୍ରାହକଙ୍କ ଖାତାରେ ଥିବା ରାଶିକୁ ବ୍ୟାଙ୍କ କେବେ ବନ୍ଦ କରିବ ସ୍ପଷ୍ଟ କରିନି ତଥାପି ଏସବିଆଇ ନିଜର ଏକ ଖାସ୍ ମୋବାଇଲ୍ ୱାଲେଟ୍ ଏସବିଆଇ ବଡି ବନ୍ଦ କରିବ ବୋଲି ସୂଚନା ଦେଇଛି.

 

LEAVE A REPLY

Please enter your comment!
Please enter your name here