ଭୁବନେଶ୍ବର ରବିଟକିଜ ଛକ ନିକଟରେ ଫେସନ ଡିଜାଇନିଂର ନୂଆ ସୋରୁମ୍ ମ୍ରିଗିକାର ଗ୍ରାଣ୍ଡ୍ ଓପନିଂ । ଯୁବ ଫେସନ ଡିଜାଇନର ଗୁଡଲିଙ୍କ ନିଜସ୍ବ ବ୍ରାଣ୍ଡ୍ ମ୍ରିଗିକାର ଏହି ସୋରୁମକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଗୁଡଲି ତାଙ୍କ ଫେସନ୍ ଡିଜାଇନିଂରେ ଓଡିଶାର ଟ୍ରାଡିସନାଲ ଆର୍ଟ ସହ ମଡର୍ଣ୍ଣ ଆର୍ଟକୁ ନେଇ ଏକ୍ସପରିମେଣ୍ଟ କରୁଛନ୍ତି, ଯାହା ବେଶ୍ ଆଦୃତି ଲାଭ କରିଛି । ନୂଆ ନୂଆ ଡିଜାଇନିଂ କରିବାକୁ ଗୁଡଲି ପସନ୍ଦ କରନ୍ତି ଏବଂ ସାଧାରଣତଃ ବଜାରରେ ମିଳୁଥିବା ପୋଷାକ ଠାରୁ ତାଙ୍କଦ୍ବାରା ପ୍ରସ୍ତୁତ ପୋଷାକର ଭିନ୍ନତା ବାରି ହୋଇପଡେ । ସେଥିପାଇଁ ଖୁବ୍ କମଦିନରେ ମ୍ରିଗିକା ଫେସନ ଡିଜିାଇନିଂ କ୍ଷେତ୍ରରେ ତାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ମ୍ରିଗିକାର ଗ୍ରାଣ୍ଡ ଓପନିଂରେ ଗ୍ରାହକଙ୍କ ପାଇଁ ଡିସକାଉଣ୍ଟ ଅଫର୍ ରହିଛି I ପ୍ରଥମ କ୍ରୟ ସହ ଗ୍ରାହକମାନେ ଏହି ଡିସକାଉଣ୍ଟ ପାଇପାରିବେ I

LEAVE A REPLY

Please enter your comment!
Please enter your name here