ଟାଟା ମୋଟର୍ସ ଆସନ୍ତା 5 ବର୍ଷ ଭିତରେ 10-12 ପାସେଞ୍ଜର ଭେଇକେଲ ଲଞ୍ଚ କରିବାକୁ ଯାଉଛି. ଏହି ଗାଡିକୁ ଦୁଇ ନୂଆ ପ୍ଲାଟଫର୍ମ ଆଲଫା ଓ ଓମେଗାରେ ପ୍ରସ୍ତୁତ କରାଯିବ. ଅଟୋ ମାର୍କେଟରେ ଟାଟାର ବର୍ତ୍ତମାନ 70 ପ୍ରତିଶତ ଗାଡି ଅଛି. ତେବେ ଏହି ଦୁଇ ନୂଆ ଗାଡିର ଲଞ୍ଚ ପରେ ଏହା 90 ପ୍ରତିଶତ ହେବ ବୋଲି କମ୍ପାନୀ ଆଶା ରଖିଛି. ଆଗକୁ ଆସୁଥିବା ଗାଡିଗୁଡିକ ହେଲା Tata Tiger JTP, Tata harrier, Tata Tiago JTP, Tata 45X, Tata h7x. Tata Tiger JTP ର ତିଆରି 2018ରେ ଆରମ୍ଭ ହୋଇଥିଲା. ତେବେ 2019ରେ ଏହାକୁ ଲଞ୍ଚ କରାଯିବ. ଏହି କାରରେ ଅଧିକ ପାୱାରଫୁଲ 1.2 ଲିଟର ଟର୍ବୋଚାର୍ଜ ଥ୍ରୀ ସିଲିଣ୍ଡର ପେଟ୍ରୋଲ ଇଂଜିନ ଦିଆଯିବ ଯାହାକୁ ଟାଟା ନେକ୍ସନରେ ଦିଆଯାଇଛି. Tata harrierକୁ ଜାନୁୟାରୀ 2019ରେ ଲଞ୍ଚ କରାଯିବ. ଏହି ମଡେଲକୁ ଅଟୋ ଏକ୍ସପୋ 2018ରେ ପ୍ରଦର୍ଶନ କରାଯାଇଥିଲା. Tata Tiago JTPକୁ ଆସନ୍ତା ମାସରେ ଲଞ୍ଚ କରାଯିବା ସହ ଏହାର ବଜାର ମୂଲ୍ୟ ପ୍ରାୟ 6 ଲକ୍ଷ ରହିବ ବୋଲି କୁହାଯାଇଛି.
Tata 45Xକୁ ପ୍ରଥମଥର କରି ଅଟୋ ଏକ୍ସପୋରେ ଏହାର ପ୍ରିମିୟମ ହ୍ୟାଚବ୍ୟାକକୁ ପ୍ରଦର୍ଶନ କରିଥିଲା. ଟାଟାର Tata h7x କାରଟି ଲ୍ୟାଣ୍ଡ ରୋଭର ପ୍ଲାଟଫର୍ମ ଉପରେ ଆଧାରିତ. ଟେଷ୍ଟିଂ ସମୟରେ ଏହି କାର୍ କୁ ଅନେକଥର ଦେଖାଯାଇଛି.