ଭାରତର ସବୁଠୁ ଲିଡ ଇ-କମର୍ସ କମ୍ପାନୀ ଆମାଜନ ଏବେ ହିନ୍ଦୀ ଭାଷାରେ ନିଜର ସେବା ଯୋଗାଇଦେବାକୁ ଯାଉଛି. କମ୍ପାନୀ 10 କୋଟି ଲୋକଙ୍କୁ ଅନଲାଇନରେ ଆଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି. ତେବେ ଆମାଜନ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟ କ୍ୟାଟାଗୋରୀ ମ୍ୟାନେଜମେଣ୍ଟ ମନିଷ ତିୱାରୀ କହିଛନ୍ତି କମ୍ପାନୀ ଭାରତରେ ଗ୍ରାହକଙ୍କ ସୁବିଧା ପାଇଁ ହିନ୍ଦୀରେ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛି ଯାହାଦ୍ୱାରା ସେମାନେ ସହଜରେ ଉତ୍ପାଦର ସୂଚନା, ଡିସକାଉଣ୍ଟ, ଲୋକେସନ ଓ ପେମେଣ୍ଟ  ବିଷୟରେ ଜାଣିପାରିବେ. ଅଧିକରୁ ଅଧିକ ଭାରତୀୟ କ୍ରେତା ଆମାଜନ ପ୍ଲାଟଫର୍ମକୁ ଆସିବା ଏବଂ ସହଜରେ ଦ୍ରବ୍ୟ ସଂପର୍କିତ ତଥ୍ୟ  ଜାଣିବା ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମ୍ୟାନେଜିଂ ଡିରେକ୍ଟର ମନିଷ ତିୱାରୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here