ଆଜିକାଲି ଲୋକମାନେ ଲାପଟପକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି. ସ୍କୁଲ ଓ କଲେଜ ପିଲାଙ୍କଠୁ ଆରମ୍ଭ କରି ବ୍ୟବସାୟୀମାନେ ମଧ୍ୟ ଏହାର ବ୍ୟବହାର କରୁଛନ୍ତି. କହିବାକୁ ଗଲେ ଆଜି ଲାପଟପର ବ୍ୟବହାର ସମସ୍ତଙ୍କ ପାଇଁ ସାଧାରଣ ହୋଇଗଲାଣି. ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରିବାର ମୁଖ୍ୟ କାରଣ ହେଲା, ଏହାକୁ ଅତି ସହଜରେ ନିଜ ସହ କ୍ୟାରି ହୁଏ ଏବଂ ଏହା ମାଧ୍ୟମରେ ଆମେ ଆମର ଅତି ଜରୁରୀ କାମ ସଂପାଦନ କରିଥାଉ. ସ୍ମାର୍ଟଫୋନ ପରି ଏହା ମଧ୍ୟ ଆମର ଏକ ଜରୁରୀ ଡିଭାଇସ ହୋଇଯାଇଛି. ମାର୍କେଟରେ ବ୍ରାଣ୍ଡ ଅନୁସାରେ ଲାପଟପ୍ ର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ. ଆପଣ ଯେତେବେଳେ ଭଲ ବ୍ରାଣ୍ଡ କିଣିବା ପାଇଁ ଚାହିଁଥାନ୍ତି ମାତ୍ର ମୂଲ୍ୟ ବେଶି ଥିବାରୁ ଆପଣଙ୍କର ଇଚ୍ଛା ଥାଇ ମଧ୍ୟ ଆପଣ ଏହାକୁ କିଣିପାରିନଥାନ୍ତି. ଏହି ଜାଗାରେ ଆମେ ଆପଣଙ୍କ ପାଇଁ ଏଭଳି ଏକ ଖବର ଆଣିଛୁ ଯାହା ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ. ଖବରଟି ହେଲା, ଆପଣ ଏବେ 10 ହଜାରରୁ କମ୍ ମୂଲ୍ୟରେ ଏହି 4ଟି ଲାପଟପ୍ କୁ କିଣିପାରିବେ. ପ୍ରଥମଟି ହେଲା ଆଇବଲ୍ ଏକ୍ସଲେନ୍ସ. ଭାରତୀୟ ବ୍ରାଣ୍ଡ ର ଏହି ଲାପଟପ୍ ର ବଜାର ମୂଲ୍ୟ ହେଉଛି 9,999 ଟଙ୍କା. ଏହାର ଲୁକ୍ ଓ ଡିଜାଇନ୍ ଭଲ ରହିଛି ଯାହା ଗ୍ରାହକଙ୍କୁ ପସନ୍ଦ ଆସିବ. ଦ୍ୱିତୀୟଟି ହେଲା ମାଇକ୍ରୋମାକ୍ସ କାନଭାସ୍ ଲ୍ୟାପବୁକ୍. ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମାଇକ୍ରୋମାକ୍ସ ର ଏହି ଲାପଟପ୍ ର ବଜାର ମୂଲ୍ୟ ରହିଛି 10,499 ଟଙ୍କା. ଏହାର ମୂଲ୍ୟ କମ୍ ଥିଲେ ମଧ୍ୟ ଏହାର ଫିଚର୍ସ ଭଲ ରହିଛି. ତୃତୀୟଟି ହେଲା ଆଇବଲ୍ ଏକ୍ସଏମପ୍ଲାୟର କମ୍ପବୁକ୍. ଏହାର ବଜାର ମୂଲ୍ୟ ରହିଛି 13,999 ଟଙ୍କା. ଏହା ସହ ଏଥିରେ ଫୁଲ୍ ଏଚଡି ପ୍ଲସ ଡିସପ୍ଲେ ମଧ୍ୟ ଦିଆଯାଇଛି. ଶସ୍ତା ହେବା ପରେ ମଧ୍ୟ ଏଥିରେ ଭଳ ଫିଚର୍ସ ଦିଆଯାଇଛି. ଚତୁର୍ଥଟି ହେଲା ଜୋଲୋ କ୍ରମ୍ପବୁକ୍. ଏହାର ମୂଲ୍ୟ ରହିଛି 12,499 ଟଙ୍କା. ଏହି ଲାପଟପ୍ ରେ ରାମ୍ ଓ ଷ୍ଟୋରେଜ୍ ଉନ୍ନତ ଧରଣର ରହିଥିବା ବେଳେ ଇଣ୍ଟେଲ ପ୍ରୋସେସର ମଧ୍ୟ ଦିଆଯାଇଛି.