ଜାତୀୟ ପୋଲିସ ସ୍ମାରକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀ ଠାରେ ନିର୍ମିତ ‘ଜାତୀୟ ପୋଲିସ ସ୍ମାରକୀ’କୁ ଉଦଘାଟନ କରିଛନ୍ତି । ଭାରତ ସ୍ୱାଧୀନ ହେବା ପରେ ଦେଶପାଇଁ ପୋଲିସ ଯବାନଙ୍କ ବଳିଦାନକୁ ପ୍ରଶଂସା କରିବା ସହ ମୋଦି ଭାବବିହ୍ୱଳ ହୋଇ ଯାଇଥିଲେ। ଏହି ଅବସରରେ ମୋଦି ଦେଶର କୋଣ ଅନୁକୋଣରେ ଥିବା ପୋଲିସଙ୍କ କାର୍ୟ୍ୟକୁ ପ୍ରଶଂସା କରିଥିଲେ। ଅଭିଭାଷଣ ଦେବା ବେଳେ କର୍ତ୍ତବ୍ୟରତ ପୋଲିସଙ୍କ ମୃତ୍ୟୁ କଥା ସ୍ମରଣ କରି ଅଭିଭୂତ ହୋଇପଡ଼ିବା ସହ ପ୍ରଧାନମନ୍ତ୍ରୀ କାନ୍ଦି ପକାଇଥିଲେ। ଭାରତମାତାଙ୍କ ସାହସୀ ସନ୍ତାନମାନଙ୍କ ପ୍ରତି ଜାତି ସର୍ବଦା କୃତଜ୍ଞ ରହିବ ବୋଲି ସେ କହିଛନ୍ତି। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦ୍ଦାଖରେ ଭାରତ-ଚୀନ ସୀମାରେ ହୋଇଥିବା ଗୁଳିକାଣ୍ଡରେ ଦଶଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ଏହି ଦିବସ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳିତ ହୁଏ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପିର ବର୍ଷିୟାନ୍‌ ନେତା ଲାଲ୍‌କୃଷ୍ଣ ଆଡ଼ଭାନୀ ଏବଂ ସରକାରଙ୍କର ଉଚ୍ଚସ୍ତରୀୟ ଅଧିକାରୀମାନେ ଏହି ସମାବେଶରେ ଯୋଗ ଦେଇଥିଲେ। ୧୯୪୭ ମସିହା ଠାରୁ ଏଯାବତ୍‌ ୩୪, ୮୪୪ ପୁଲିସ କର୍ମଚାରୀ ସହିତ ହୋଇଛନ୍ତି। ସେଥିରୁ ଏ ବର୍ଷ ସହିଦ ହୋଇଛନ୍ତି ୪୨୪ ଜଣ ପୁଲିସ କର୍ମଚାରୀ।

LEAVE A REPLY

Please enter your comment!
Please enter your name here