ଚାଇନିଜ ଟେକ୍ନୋଲୋଜୀ କମ୍ପାନୀ ଲେନେଭୋ ଭାରତରେ ନିଜର ମଲ୍ଟି ଇଣ୍ଟରଫେସ ଅପ୍ସନ ବାଲା ନୂଆ ଫିଟନେସ ବ୍ୟାଣ୍ଡ Cardio Plus HX03W ଲଞ୍ଚ କରିଛି. ଏହି ବ୍ୟାଣ୍ଡରେ ହେଲଥ ଓ ଫିଟନେସ ସଂପର୍କିତ ବହୁ ଫିଚର ଦିଆଯାଇଛି. ଭାରତ ବଜାରରେ ଏହାର ମୂଲ୍ୟ 1,999 ରହିଛି. ଗ୍ରାହକମାନେ ଏହାକୁ 9 ସେପ୍ଟେମ୍ବରରୁ ଆମାଜନ ଇଣ୍ଡିଆ ୱେବସାଇଟରେ ଏହାକୁ କିଣିପାରିବେ.ଏଥିରେ ବ୍ୟାଣ୍ଡ ଲାଇଟ ଆଡଜଷ୍ଟମେଣ୍ଟ ଫିଚର ସହ ଡିଟେଚେବଲ ଷ୍ଟ୍ରାପ ଦିଆଯାଇଛି ଏବଂ ଏହା 1 ମିଟର ପର୍ଯ୍ୟନ୍ତ ୱାଟର ରେସିଷ୍ଟାନସ ପାଇଁ IP68 ସର୍ଟିଫାଏଡ ଅଛି. ଗ୍ରାହକମାନେ ବ୍ଲାକ, ବ୍ଲ୍ୟୁ, ରେଜ ଏବଂ ଅରେଞ୍ଜ କଲର ମଧ୍ୟରୁ ଯେ କୈାଣସି କଲରକୁ ପସନ୍ଦ କରିପାରିବେ. ଏହି ଫୋନ ସେହି ସବୁ ସ୍ମାର୍ଟଫୋନରେ କାମ କରିବ ଯେଉଁଥିରେ ବ୍ଲ୍ୟୁଟୁଥ 4.2 କିମ୍ବା ତା ଠାରୁ ବେଶିର ସପୋର୍ଟ ଦିଆଯାଇଥିବ. ଏଥିରେ 0.96 ଇଞ୍ଚର OLED ଫୁଲ ସ୍କ୍ରିନ ଡିସପ୍ଲେ ଅଛି. କମ୍ପାନୀର ସୂଚନା ମୁତାବକ, ଏଥିରେ ହାର୍ଟରେଟ ସେନ୍ସର, ଲଙ୍ଗ ଷ୍ଟାଣ୍ଡ ବାଏ ଟାଇମ ଓ USB ଡାଇରେକ୍ଟ ଚାର୍ଜିଙ୍ଗର ସପୋର୍ଟ ଦିଆଯାଇଛି. ଲେନେଭୋର ଏହି ଫିଟନେସ ବ୍ୟାଣ୍ଡ   Android 4.4, କିମ୍ବା iOS 8.0 କିମ୍ବା ଏହାଠାରୁ ଅଧିକ ଅପରେଟିଂ ସିଷ୍ଟମକୁ ମଧ୍ୟ ସପୋର୍ଟ କରିପାରିବ. ଏହାକୁ ବାଦ ଦେଲେ ଏଥିରେ ରନିଂ ମୋଡ, ଆଣ୍ଟି ସ୍ଲିପ୍ ମୋଡ, ଲଙ୍ଗ ସିଟିଂ ଆଲର୍ଟ ଓ ସେକେଣ୍ଡାରୀ ରିମାଇଣ୍ଡର ଭଳି ଫିଚର ମଧ୍ୟ ଅଛି.

LEAVE A REPLY

Please enter your comment!
Please enter your name here