ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ନିଜ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଦିନକୁ ଦିନ ନୂଆ ଫିଚରକୁ ଲଞ୍ଚ୍ କରୁଛି. ଗତ କିଛି ଦିନ ପୂର୍ବରୁ ଏହା ବ୍ୟବହାରକାରୀଙ୍କ ପାଇଁ ବିଟା ଭର୍ସନ ଉପରେ ସ୍ୱାଇପ୍ ଟୁ ରିପ୍ଲାଏ ଜାରି କରିଥିଲା. ଏହା ପରେ କମ୍ପାନୀ ଆପ୍ ରେ ଏକ ବଡ ଫିଚର ଦେଇଛି. ରିପୋର୍ଟ ଅନୁସାରେ, ହ୍ୱାଟସ୍ ଆପ୍ ଭିଡିଓ କଲିଂରେ ଏକ ନୂଆ ଫିଚର୍ ପିକ୍ଚର ଇନ୍ ପିକ୍ଚର ମୋଡ୍ ଜାରି କରିଛି. ତେବେ ଏହି ଫିଚର ଆଣ୍ଡ୍ରଏଡ୍ 4.4 ଭର୍ସନରେ ଉପଲବ୍ଧ. ଏହି ଫିଚର୍ ମାଧ୍ୟମରେ ବ୍ୟବହାରକାରୀ ଫେସବୁକ୍ ଓ ୟୁଟ୍ୟୁବ୍ କୁ ଦେଖିପାରିବେ. ଯଦି ଭିଡିଓ କଲ୍ ମଧ୍ୟରେ କୌଣସି ଭିଡିଓ ଆସେ ତାହାଲେ ବ୍ୟବହାରକାରୀ ତାକୁ ମଧ୍ୟ ଚଲାଇପାରିବେ. ଏହି ଫିଚର୍ ସାହାଯ୍ୟରେ ଆପ୍ ରେ ଏକ ଛୋଟ ୱିଣ୍ଡୋ ଓପନ ହେବ, ଯେଉଁଥିରେ ଇନଷ୍ଟ୍ରାଗ୍ରାମ୍, ଫେସବୁକ୍ ଓ ୟୁଟ୍ୟୁବ୍ କୁ ଚଲାଇ ହେବ.