ଶଙ୍ଖ ଧରିଲେ ରାଜକିଶୋର
ଶଙ୍ଖ ଧରିଲେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ସୋମବାର ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ରାଜକିଶୋର । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ...
ଚତୁର୍ଥଥର ପାଇଁ ନାମାଙ୍କନ ଦାଖଲ କଲେ ହିମିରିକା
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ରାୟଗଡାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଚତୁର୍ଥ ଥର ପାଇଁ ରାୟଗଡା ଉପଜିଲ୍ଲାପାଳଙ୍କ...
ରମେଶ ମାଝୀ ଓ ବଳଭଦ୍ର ମାଝୀଙ୍କ ସମେତ ବହୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ଅନେକ ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ...
ବିଜେଡି-ବିଜେପିକୁ ଟକ୍କର ଦେବେ ରାମକୃଷ୍ଣ
କଂଗ୍ରେସ ଓ ସିପିଆଇଏମ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ଛତ୍ରପୁର ଠାରେ ନାମାଙ୍କନ ଦାଖଲ କରିଥିଲେ. ଏଥର ଆସିକା ଲୋକସଭା ଆସନ...
ନବୀନଙ୍କୁ ଟକ୍କର ଦେବେ ପିତାମ୍ବର
ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ପିତାମ୍ବର ଆଚାର୍ୟ୍ୟ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ସୋମବାର ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରାର୍ଥୀପତ୍ର ତାଲିକାରେ ଏହା ଘୋଷଣା କରାଯାଇଛି। ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ନଅଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା
ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ଲାଞ୍ଜିଗଡ ପାଇଁ ପ୍ରଦୀପ କୁମାର ଦିଶାରୀ, ମାଲକାନଗିରି – ମୁକୁନ୍ଦ ସୋଡି, ବ୍ରଜରାଜନଗର – କିଶୋର ମହାନ୍ତି, ସମ୍ବଲପୁର – ରାସେଶ୍ବରୀ ପାଣିଗ୍ରାହୀ, ଲୋଇସିଂହା...
ନୟାଗଡରୁ ବିଗୁଲ ଫୁଙ୍କିଲେ ନବୀନ
ନୟାଗଡରୁ ବାଜିଲା ବିଜେଡିର ବିଗୁଲ. ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୟାଗଡରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 19 ବର୍ଷ ଧରି ତାଙ୍କ ସରକାର ରାଜ୍ୟର ବିକାଶ...
ବିଜେପିରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, କଟକରୁ ହୋଇପାରନ୍ତି ପ୍ରାର୍ଥୀ !
ବିଜେପିରେ ଯୋଗଦେଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର. ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି. 2012ରୁ 2014 ଦୁଇବର୍ଷ ପାଇଁ ଓଡିଶା ପୋଲିସ...
ଓଡିଶା ଆସିବେ ମୋଦି
ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ରାଜନୀତିରେ ତାତି ଜୋର ଧରିଛି. କିଏ କେଉଁ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବ ସେଥିପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି. ଏହି ପରିପ୍ରେକ୍ଷୀରେ ଆସନ୍ତା 29 ଓ 1 ତାରିଖରେ...
କଂଗ୍ରେସରେ ଅଶ୍ୱିନୀ ପୂଜାହାରୀ
ସାଧାରଣ ନିର୍ବାଚନ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଡାକ୍ତର ଅଶ୍ୱିନୀ ପୂଜାରୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି. ବୁର୍ଲା ଭିମସାରର ପୂର୍ବତନ ଅଧିକ୍ଷକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନିର୍ବାଚନ ଲଢିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି....










