ସମସ୍ତଙ୍କୁ ଛାଡି ଚିରନିଦ୍ରାରେ ଶୋଇଯାଇଛନ୍ତି ଭେଟେରାନ୍ ଅଭିନେତା କାଦର୍ ଖାନ୍. କାନ୍ନାଡାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି. ତେବେ ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ବୟସ ହୋଇଥିଲା. ପାଖାପାଖି 300ରୁ ଅଧିକ ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି. ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ବାନ୍ଧି ରଖିଥିଲେ. କାଦର୍ ଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ବଲିଉଡର ଏକ ବଡ କ୍ଷତି ହୋଇଛି. ‘ଧର୍ମବୀର’, ‘ଗଙ୍ଗା ଯମୁନା ସରସ୍ୱତୀ’, ‘ଅମର ଆକବର ଅନ୍ଥୋନୀ’ ଭଳି ଚଳଚ୍ଚିତ୍ର ହେଉଛି ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ. 1973 ମସିହାରୁ ସେ ‘ଦାଗ୍’ ଫିଲ୍ମ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ.

LEAVE A REPLY

Please enter your comment!
Please enter your name here