ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି ବଲିଉଡ ଫିଲ୍ମ ‘ଜଙ୍ଗଲୀ’ର ଟ୍ରେଲର.

‘ଜଙ୍ଗଲ’ ପିକ୍ଚର୍ସର ଅଭିନେତା ରୂପେ ଜଣାଶୁଣା ବିଦ୍ୟୁତ ଜାମୱାଲ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି. ଏହାର କାହାଣୀ ସଂପୂର୍ଣ୍ଣ ରୂପେ ଇମୋସନ, ଆକ୍ସନ ଆଉ ରୋମାନ୍ସରେ ଭରି ରହିଛି. ଯାହାକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି. ଗୋଟିଏ ଛୋଟ ପିଲା ଓ ହାତୀ ଭିତରେ ଥିବା ଅତୁଟ ବନ୍ଧନକୁ 2 ମିନିଟ 28 ସେକେଣ୍ଡର ଟ୍ରେଲରେ ଚିତ୍ରିତ କରାଯାଇଛି. ଫିଲ୍ମରେ ବିଦ୍ୟୁତଙ୍କ ନାଁ ରାଜ୍ ଥିବା ବେଳେ ହାତୀର ନାଁ ଭୋଳା ରହିଛି. ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ଭିନିତ ଜେନ ତୁଲାଇଥିବା ବେଳେ ଏହାର ସହ-ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରୀତି ସାହାନି. ତେବେ ବିଦ୍ୟୁତଙ୍କ ଛଡା ଏଥିରେ ପୂଜା ସାୱନ୍ତ, ଆଶା ଭଟ୍ଟ, ଅତୁଲ କୁଲକରନି ଓ ମକରନ୍ଦ ଦେଶପାଣ୍ଡେ ନଜର ଆସିଛନ୍ତି. ଫିଲ୍ମଟି ଏପ୍ରିଲ 5 ତାରିଖରେ ବଡ ପରଦାରେ ମୁକ୍ତି ଲାଭ କରିବ.

LEAVE A REPLY

Please enter your comment!
Please enter your name here