ଥମୁନି ଶାହାରୁଖ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ପଠାନକୁ ନେଇ ବିବାଦ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ବେସରମ ରଙ୍ଗ ଗୀତକୁ ନେଇ ବିବାଦ ଉପୁଜିଛି । ଦୀପିକା ଏହି ଗୀତଟିରେ ବିକିନିରେ ନଜର ଆସିଛନ୍ତି । ଜାହାକୁ ନେଇ ଆରମ୍ଭ ହୋଇଛି କଣ୍ଟ୍ରୋଭର୍ସି । ଗୀତର କିଛି ଦୃଶ୍ୟକୁ ନେଇ ବି ବିବାଦ ଦେଖାଦେଇଛି । ସୋସିଆଲ ମିଡିଆରେ ପଠାନକୁ ବୟକଟ କରିବାକୁ ଟ୍ରେଣ୍ଡ ଚାଲିଛି । ଏମିତିକି ଶାହାରୁଖ ଓ ଦୀପିକାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ବିବାଦ ପରେ ମୁହଁ ଖୋଲିଛନ୍ତି ଶାହାରୁଖ ଖାନ୍ । କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କିଙ୍ଗ୍ ଖାନ୍ କହିଛନ୍ତି, ସୋସିଆଲ ମିଡିଆ ଅନେକ ସମୟରେ ସଙ୍କୁଚିତ ଲୋକଙ୍କ ଦ୍ୱାରା ପରିଚାଳିତ ହୁଏ । ପୃଥୀବି ଯାହା କରୁଛି କରୁ ଆମ ଭଳି ଲୋକ ସକରାତ୍ମକ ରହିବେ । ବୟକଟ ପ୍ରସଙ୍ଗରେ ଏଭଳି ପ୍ରତିକ୍ରୀୟା ରଖିଛନ୍ତି ଶାହାରୁଖ । ବୟକଟ ପ୍ରସଙ୍ଗରେ ଏଭଳି ପ୍ରତିକ୍ରୀୟା ରଖିଛନ୍ତି ଶାହାରୁଖ । ଫିଲ୍ମର ଗୀତ ବେସରମ ରଙ୍ଗ ରିଲିଜ୍ ହେବା ପରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଆରମ୍ଭ ହୋଇଛି । ଅଯୋଧ୍ୟାର ମହନ୍ତ ରାଜୁ ଦାସ ଶାହାରୁଖ ଖାନଙ୍କ ଫିଲ୍ମ ପଠାନକୁ ବୟକଟ କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here