() ରାଜ କୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ ର ଦ୍ୱିତୀୟ ଗୀତ ରିଲିଜ୍ ହୋଇଛି । ଏହି ଗୀତରେ ପୁଣିଥରେ ଦିଲବର ଗର୍ଲ ନୋରା ଫତେହିଙ୍କ ଜଲୱା ଦେଖିବାକୁ ମିଳିଛି । ନୋରା ଫତେହିଙ୍କ ଦିଲବର ଗୀତଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ସାରିଛି । ଏଥର ନୋରା କମରିଆ ଗୀତରେ ଅଭିନେତା ରାଜକୁମାର ରାଓଙ୍କ ସହ ଠୁମକା ଲଗାଇଛନ୍ତି । ୟୁଟୁବରେ ଏହି ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ତେବେ ଏହି ସ୍ତ୍ରୀ ଫିଲ୍ମଟି ଏକ ଇଣ୍ଡିଆନ ହରର କମେଡି ଫିଲ୍ମ । ଅଗଷ୍ଟ ୩୧ରେ ଫିଲ୍ମଟି ପରଦାକୁ ଆସିବ ।

LEAVE A REPLY

Please enter your comment!
Please enter your name here