ଆଉ ନାହାଁନ୍ତି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ । ଗତକାଲି ନିକିତା କଟକ ମହାନଦୀ ବିହାର ସ୍ଥିତ ତାଙ୍କ ବାପା ଘର ଛାତ ଉପରୁ ଖସି ପଡ଼ିଥିଲେ । ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ନିକିତା ‘ଆଖି ଖୋଲିବୋକୁ ଡ଼ର ଲାଗୁଛି’ ଫିଲ୍ମ ଜରିଆରେ ନିଜର ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ । ଏହା ପରେ ‘ମାଆର ପଣତକାନି’, ‘ଚୋରୀ ଚୋରୀ ମନ ଚୋରୀ’, ‘ସ୍ମାଇଲ ପ୍ଲିଜ’, ‘ମିତ ବସିଛି ଭୂତ ସାଥିରେ’ ଓ ‘ଗୁଣ୍ଡା’ ଫିଲ୍ମରେ ଅଭିନୟ କରିଥିଲେ । ଏହା ପରେ ଓଡ଼ିଆ ଧାରାବାହିକ ‘ଏସ୍‌ସିପି ନିକିତା’ ଜରିଆରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ‘ତପସ୍ୟା’ ଧାରାବାହିକରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ସେ ଗତ ଦୁଇ ବର୍ଷ ହେବ ଅଭିନେତା ଲିପନ୍‌ ସାହୁଙ୍କୁ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here