ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଲଭ ବାର୍ଡ ଦୀପ୍ ଓ ବୀର୍. ଇଟାଲୀର କୋମୋ ଲେକ୍ ଠାରେ ପାରମ୍ପରିକ ରୀତିନୀତିରେ ଶେଷ ହୋଇଛି ଦୀପିକା ଓ ରଣବୀରଙ୍କ ବିବାହ. ଆଜିର ବିବାହଟି ଦୀପିକାଙ୍କ କୋଙ୍କଣୀ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାକାଲି ରଣବୀରଙ୍କ ପରମ୍ପରା ଅନୁସାରେ ଦୁହେଁ ଆଉଥରେ ବିବାହ କରିବେ. ଏହି ବିବାହ ଉତ୍ସବରେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ରଣବୀରଙ୍କ ବାପାମାଆଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ ଏବଂ ପରେ ଦୀପିକାଙ୍କ ବାପା ରଣବୀରଙ୍କୁ ଏକ ନଡ଼ିଆ ଦେଇ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ. ତେବେ ଏହି ବିବାହରେ ଉଭୟ ପରିବାରଙ୍କ ବନ୍ଧୁ ଓ ପରିଜନ ସାମିଲ ହୋଇଥିଲେ.












