ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜର ଫିଲ୍ମ ‘ସୁଇଧାଗା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି. ବୁଧବାର ଅନୁଷ୍ଠିତ ହୋଇଥିବା 34 ତମ ପ୍ରିୟଦର୍ଶିନୀ ଏକାଡେମୀ ଗ୍ଲୋବାଲ୍ ଆୱାର୍ଡ ଉତ୍ସବରେ ଅନୁଷ୍କା ନଜର ଆସିଥିଲେ. ତେବେ ବନାରସୀ ଶାଢିରେ ବେଶ୍ ସୁନ୍ଦର ଲାଗୁଥିଲେ ଅନୁଷ୍କା. ଯଦିଓ ଅନୁଷ୍କାଙ୍କୁ ପୂର୍ବରୁ ବହୁତଥର ଶାଢିରେ ଦେଖିବାକୁ ମିଳିଛି ହେଲେ ଏହି ଆୱାର୍ଡ ଉତ୍ସବରେ ତାଙ୍କର ଅନ୍ଦାଜ ଟିକେ ଅଲଗା ପ୍ରକାରର ଥିଲା. ଏହି ସୋ’ ରେ ଅନୁଷ୍କା ଗୋଲ୍ଡେନ କଲର ବନାରସୀ ଶାଢି ପିନ୍ଧିଥିଲେ. ଯାହାଦ୍ୱାରା ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକିଥିଲା. ଅନୁଷ୍କାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି. ତେବେ ଏହି ଶାଢିକୁ କୌଣସି ସ୍ପେଶାଲ ଡିଜାଇନର ନୁହେଁ ବରଂ ଲୋକାଲ କାରିଗର ତିଆରି କରିଥିବା ଜଣାପଡିଛି.