ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ-2’ରେ ସ୍ପେଶାଲ ଡ୍ୟାନ୍ସରେ ଜଲୱା ଦେଖାଇଥିବା କରୀନା ‘ଦବଙ୍ଗ-3’ରେ ମଧ୍ୟ ନଜର ଆସିବେ.  ଫିଲ୍ମର ଦ୍ୱିତୀୟ ଭାଗରେ କରୀନା ‘ଫେବିକୋଲ ସେ’ ଗୀତରେ ସମସ୍ତଙ୍କୁ ମତୁଆଲା କରିଥିଲେ. ସେହିଭଳି ଫିଲ୍ମର ତୃତୀୟ ଭାଗରେ ମଧ୍ୟ କରୀନାଙ୍କୁ ସ୍ଥାନ ଦେବା ପାଇଁ ଫିଲ୍ମ ମେକର୍ସ ନିଷ୍ପତ୍ତି ନେଇଛନ୍ତି. ଏହି ଫିଲ୍ମର ନିର୍ଦ୍ଦେଶନା ଡ୍ୟାନ୍ସ ଆଇକନ ପ୍ରଭୁ ଦେବା ଦେବେ ବୋଲି ସୂଚନା ମିଳିଛି. ସୂଚନା ଅନୁସାରେ, ରୋହିତ ସେଠୀଙ୍କ ସହ ସାକ୍ଷାତ ପରେ କରୀନା ‘ଦବଙ୍ଗ’ ସିରିଜର ପ୍ରଯୋଜକ ଅରୱାଜ ଖାନଙ୍କୁ ଭେଟିବା ପାଇଁ ଜୁହୁ ଯାଇଥିଲେ. ଫିଲ୍ମର ପ୍ରଥମ ଭାଗରେ ମଲାଇକା ଆରୋରା, ‘ମୁନି ବଦନାମ ହୁଇ’ ଗୀତରେ ନଜର ଆସିଥିଲେ ଓ ଏହାର ଦ୍ୱିତୀୟ ଭାଗରେ କରୀନା, ‘ଫେବିକୋଲ ସେ’ ଗୀତରେ ନଜର ଆସିଥିଲେ. ଆଉ ଏବେ ଏହାର ତୃତୀୟ ଭାଗରେ ପ୍ରଯୋଜକ କରୀନାଙ୍କୁ ସ୍ୱିଚ୍ କରିବା ମୁଡ୍ ରେ ଅଛନ୍ତି ବୋଲି ସୂଚନା ମିଳିଛି .

LEAVE A REPLY

Please enter your comment!
Please enter your name here