ବାଦଶାହା ଶାହାରୁଖ୍ ଖାନଙ୍କ ପ୍ରଡକ୍ସନ ହାଉସ ‘ରେଡ୍ ଚିଲ୍ଲୀ ଏଣ୍ଟରଟେନମେଣ୍ଟ’ର ଫିଲ୍ମ ‘ବଦଲା’ର ଟ୍ରେଲର ରିଲିଜ ହୋଇଯାଇଛି. ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ବଦଲା’ର ଟ୍ରେଲର ରହସ୍ୟ ଓ ରୋମାଞ୍ଚରେ ଭରି ରହିଛି. ଫିଲ୍ମ ‘ବଦଲା’ରେ ମର୍ଡର ମିଷ୍ଟ୍ରି ରହିଥିବା ବେଳେ ଏହାର ସମାଧାନ କରିବାର ଦାୟିତ୍ୱ ନେଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ. ଏହି ଫିଲ୍ମରେ ଅମିତାଭ ଓକିଲ ଚରିତ୍ରରେ ନଜର ଆସିଛନ୍ତି. ଏହା ପୂର୍ବରୁ ଫିଲ୍ମ ପିଙ୍କ୍ ରେ ମଧ୍ୟ ଅମିତାଭ ଓକିଲ ଚରିତ୍ରରେ ନଜର ଆସିଥିଲେ. ତେବେ ଫିଲ୍ମ ‘ବଦଲା’ରେ ତାପସୀ ଓ ଅମିତାଭଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି.

LEAVE A REPLY

Please enter your comment!
Please enter your name here