ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟରେ ପାଞ୍ଚଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ସେ ତାଳଚେର ସାରକାରଖାନାର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପଣ କରିବେ ଓ ସେଠାରୁ ଉଡାନ ସେବାର ଶୁଭାରମ୍ଭ କରିବେ । ସେହିପରି ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ର ଝାରସୁଗୁଡା-ସେରଡେଗା ୫୩.୧ କିଲୋମିଟର ରେଳ ଲାଇନ ଓ ଏହାର ଗର୍ଜନବାହଲ ଖଣିକୁ ମଧ୍ୟ ଉଦଘାଟନ କରିବେ । ଏଥିସହ ଏନଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ଝାରସୁଗୁଡାରେ ଡେରା ପକାଇଛନ୍ତି । ମୋଦିଙ୍କ ଗସ୍ତକାର୍ଯ୍ୟକ୍ରମ ପୂର୍ବରୁ ଝାରସୁଗୁଡାରେ କାର୍କେଡ ରିହରସଲ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି ।

LEAVE A REPLY

Please enter your comment!
Please enter your name here