ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସି ୭ଶହ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ମହାନଦୀ ସେତୁର ମଧ୍ୟ ଉଦଘାଟନ କରିଥିଲେ । ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଯୋଗ ଦେଇ ନବୀନ ଯୁବକଙ୍କ ବିକାଶ ପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇଥିଲେ । ସମ୍ବଲପୁରର ମାଳତୀଜୋରଠାରେ ୨୦ କୋଟି ଟଙ୍କା ବ୍ୟୟରେ ହାଇ ଲେଭଲ ବ୍ରିଜ୍ , ବାଲିପନ୍ଥା ଠାରେ ୧୦ କୋଟି ଟଙ୍କାରେ ସେତୁ ନିର୍ମାଣ, ଦୁର୍ଗାପାଲି ଠାରୁ ଜାତୀୟ ରାଜମାର୍ଗକୁ ୧୫ କୋଟି ଟଙ୍କାରେ ୪ ଲେନ୍ କରାଯିବ । ସମ୍ବଲପୁରରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହ ୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲା ସ୍କୁଲରୁ ନକ୍ସାପାଲି ରାସ୍ତାକୁ ୪ ଲେନ୍ କରାଯିବ । ସେହିପରି ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ ର ବିକାଶ କାର୍ୟ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିରେ ୩ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ସମାବେଶରେ ୬ଟି ଜିଲ୍ଲାର ୩୦ ହଜାର ଯୁବ ପ୍ରତିନିଧି ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here