ବଲିଉଡର ଆଉ ଏକ ଚର୍ଚ୍ଚିତ ବାହାଘରର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୨୦ରେ ପଦ୍ମାବତ୍ ଫେମ୍ ଦୀପିକା ପାଦୁକୋନ ବଲିଉଡ ଅଭିନେତା ରଣବୀର ସିଂଙ୍କ ହାତ ଧରିବେ। ଏହି ୱେଡିଂ ଇଟାଲୀରେ ହେବ ବୋଲି ଫିଲ୍ମ ଫେୟାର ରିପୋର୍ଟରୁ ଜଣାପଡିଛି। ଏହି ବିବାହରେ ମାତ୍ର ୩୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଶୁଣିବାକୁ ମିଳୁଛି। ଇଟାଲୀର ‘ଲେକ୍ କେମୋ’ ରେ ଏମାନେ ବିବାହ କରିବାକୁ ସ୍ଥିର କରିଛନ୍ତି । ଇଟାଲୀ ଦୀପିକାଙ୍କ ପ୍ରଥମ ପସନ୍ଦ ଥିବାରୁ ଏହିଠାରେ ହିଁ ବିବାହ କରିବାକୁ ସେ ସ୍ଥିର କରିଥିଲେ । ତେବେ ଏହି ବିବାହର ଗ୍ରାଣ୍ଡ ରିସେପସନ ପାର୍ଟି ମୁମ୍ବାଇରେ ଦିଆଯିବ ବୋଲି କହିଛନ୍ତି ଉଭୟ ରଣବୀର ଓ ଦୀପିକା । ୨୦୧୩ରୁ ଏହି ଲଭବାର୍ଡଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିବାବେଳେ ଏବେ ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।