‘ମଣିକର୍ନିକା’ ର ଟିଜର୍ ରିଲିଜ୍

0
234
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମଣିକର୍ନିକା’- ‘ଦ କ୍ୱିନ୍ ଅଫ୍ ଝାନ୍ସି’ ର ଟିଜର ରିଲିଜ୍ ହୋଇଯାଇଛି ଏବଂ ଏହା ଟ୍ୱିଟରରେ ବେଶ୍ ଭଲଭାବେ ଟ୍ରେଣ୍ଡ କରୁଛି. ବର୍ତ୍ତମାନ ସୁଦ୍ଧା 8 ହଜାରରୁ ଉର୍ଦ୍ଧ ଲୋକ ଏହାକୁ ଟ୍ୱିଟ୍ କରିସାରିଲେଣି. ତେବେ ଏହା ବେଶ୍ ରୋମାଞ୍ଚକର ହୋଇଥିବା ଜଣାପଡିଛି ଓ ସୋସିଆଲ୍ ମିଡିଆରେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି.ଏହି ଟିଜର୍ ର ଆରମ୍ଭରେ  ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଏସକୁ ଶୁଣିବାକୁ ମିଳିଛି ଯାହା ଦର୍ଶକମାନଙ୍କୁ ଆହୁରି ଆକର୍ଷିତ କରୁଛି.ଏହି ଟିଜରରେ ମଣିକର୍ନିକାଙ୍କ ବ୍ୟକ୍ତିତ୍ୱ କୁ ବେଶ୍ ଭଲଭାବେ ଚିତ୍ରିତ କରାଯାଇଛି.ଏହାର ପ୍ରଯୋଜନା ଦାୟିତ୍ୱ କମଲ୍ ଜେନ୍ ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି କ୍ରିଶ୍.ତେବେ ଏହି ଫିଲ୍ମରେ  କଙ୍ଗନାଙ୍କ ବ୍ୟତୀତ ଜିସୁ ସେନଗୁପ୍ତା, ସୁରେଶ ଓବରଏ, ଡ୍ୟାନି, ଅତୁଲ କୁଲକର୍ନି, ଅଙ୍କିତା ଲୋଖଣ୍ଡେ ଓ ଜିସାନ ଆୟୁବଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ.ଏହା 25 ଜାନୁୟାରୀ 2019 ରେ ବଡ ପରଦାକୁ ଆସିବ ବୋଲି କୁହାଯାଇଛି..

LEAVE A REPLY

Please enter your comment!
Please enter your name here