ମିଠୁ ଝଡ ଏବେ ଅନେକଙ୍କ ପାଇଁ ଦୁର୍ଦଶା ପାଲଟିଛି । ଜଣଙ୍କ ପରେ ଜଣଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ତେବେ କିଛିଦିନ ତଳେ ଜଣା ଶୁଣା ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ଅନୁ ମଲ୍ଲିକଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ । ଏହି ଦୁଇ ଜଣଙ୍କ ପରେ ଏବେ ଆଉ ଦୁଇ ଜଣ ମହିଳା ଅନୁ ମଲ୍ଲିକଙ୍କ ଉପରେ ସାମାନ ଧରଣର ଆରୋପ ଲଗାଇଛନ୍ତି ।
ସୁଚନାଅନୁସାରେ ଅନୁ ମଲ୍ଲିକ ଏବେ ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ ଇଣ୍ଡିଆନ ଆଇଡଲକୁ ଜଜ୍ କରିଛନ୍ତି । ଏବଂ ତାଙ୍କ ସହିତ ନେହା କକ୍କର ଏବଂ ଭିସାଲ ଡଡଲାନି ମଧ୍ୟ ଜଜ୍ ଭାବେ ନଜର ଆସୁଛନ୍ତି । କିନ୍ତୁ ଅନୁଙ୍କ ଉପରେ ଏହି ଆରୋପ ଆସିବା ପରେ ଚ୍ୟାନେଲ ଅନୁ ମଲ୍ଲି୍ଙ୍କୁ ସୋ’ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ଏହାର ଫଇସଲା ନହୋଇଛି ସେ ପର୍ଯ୍ୟନ୍ତ ଅନୁ ମଲ୍ଲିକ ସୋ’ରେ ନଜର ଆସିବେ ନାହିଁ । ନେହା ଓ ବିଶାଲଙ୍କ ସହ ଆଉ ଜଣେ କଣ୍ଠଶିଳ୍ପୀଙ୍କୁ ସାମିଲ କରାଯାଇ ଏହି ଶୋ’କୁ ଆଗେଇ ନିଆଯିବ ବୋଲି କହିଛନ୍ତି ଉକ୍ତ ଟେଲିଭିଜନ ଚ୍ୟାନେଲର କର୍ତ୍ତୃପକ୍ଷ। ସେପଟେ ଅନୁ ମଲ୍ଲିକ ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ, ଭାରତରେ ମି ଠୁ ଅଭିଯାନ ତାଙ୍କ ଚରିତ୍ରରେ ଦାଗ ଲଗାଇବା ପାଇଁ ବ୍ୟବହାର କରାଯାଉଛି । ଲଗାତର ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ଅନୁ ।

LEAVE A REPLY

Please enter your comment!
Please enter your name here