ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକରେ ନଜର ଆସିବେ ଅଭିନେତା ଦର୍ଶନ କୁମାର. ଆଗାମୀ 10 ଦିନ ମଧ୍ୟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଦର୍ଶନ ଏକ ପ୍ରମୁଖ ଚରିତ୍ରରେ ନଜର ଆସିବେ ବୋଲି ସୂଚନା ମିଳିଛି. ସନ୍ଦିପ ସିଂଙ୍କ ପ୍ରଡକ୍ସନରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ବିବେକ ଓବରଏ ମୋଦିଙ୍କ ଚରିତ୍ରରେ ନଜର ଆସୁଛନ୍ତି. ଗଣମାଧ୍ୟମ ସୂଚନା ଅନୁସାରେ, ପୂର୍ବରୁ ମୋଦିଙ୍କ ଚରିତ୍ରରେ ପରେଶ ରାୱଲ ଅଭିନୟ କରିବାର ଥିଲା. ମାତ୍ର କୌଣସି କାରଣକୁ ସେ ଏହାକୁ ମନା କରିଦେଇଥିଲେ. ପରେ ବିବେକଙ୍କୁ ଏହି ଚରିତ୍ର ପାଇଁ ବଛା ଯାଇଥିଲା. ଫିଲ୍ମର ସୁଂଟି ଦିଲ୍ଲୀ, ଗୁଜୁରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଦେଶର ବିଭିନ୍ନ ପ୍ରାନ୍ତରେ ହେବାକୁ ଅଛି. ତେବେ ଜାନୁୟାରୀ 7 ତାରିଖରେ 23ଟି ଭାଷାରେ ଫିଲ୍ମ ପିଏମ ମୋଦିର ପୋଷ୍ଟର ରିଲିଜ କରାଯାଇଥିଲା.

 

 

LEAVE A REPLY

Please enter your comment!
Please enter your name here