ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଚାଷୀଙ୍କ କୋପରୁ ରକ୍ଷା ପାଇବା ପାଇଁ ମୋଦି ସରକାର କୃଷକଙ୍କ ପାଇଁ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି. ଅନ୍ୟପଟେ କୃଷକଙ୍କ ଆୟ ବଢାଇବା ପାଇଁ ବିଭିନ୍ନ ବିକଳ୍ପ ଉପରେ ବର୍ତ୍ତମାନ ବିଚାର କରାଯାଉଛି. ତେବେ ବହୁତ ଜଲଦି ଏହା ସମସ୍ତଙ୍କ ପାଖରେ ପହଞ୍ଚିବ ବୋଲି ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ନୂଆ ସ୍କିମ ମଧ୍ୟ ‘କାଳିଆ’ ଯୋଜନା ଭଳି. କହିବାକୁ ଗଲେ ‘କାଳିଆ’ ଯୋଜନାକୁ ନୂଆ ରୂପରେ କେନ୍ଦ୍ର ସରକାର କୃଷକଙ୍କ ସାମ୍ନାରେ ଉପସ୍ଥାପିତ କରିବେ. ଯଦି ଏପରି ହୁଏ, ତେବେ ମୋଦିଙ୍କ ନୂଆ ସ୍କିମ ନିହାତି ଭାବେ ନବୀନଙ୍କ ‘କାଳିଆ’ ଯୋଜନାକୁ ପ୍ରଭାବିତ କରିବ. ସ୍ୱଳ୍ପ ସମୟ ମଧ୍ୟରେ ଏହି ସ୍କିମ ସମସ୍ତ କୃଷକ ଭାଇ ଭଉଣୀଙ୍କ ପାଖରେ ପହଞ୍ଚିବ ବୋଲି କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here