ପରଦାକୁ ଆସିଲା ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ କେଜିଏଫ-୨ । ସିନେମା ହଲରେ ଦର୍ଶକଙ୍କ ଖଚାଖଚ ଭିଡ । ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର ସ୍ୱିକେଲ । ସିନେମା ବିଶ୍ୱର ୧୦ ହଜାର ହଲରେ ମୁକ୍ତିଲାଭ କରିଛି । ରାଜ୍ୟର ୭୦ଟି ସିଙ୍ଗଲ ଏବଂ ମଲ୍ଟି ସ୍କ୍ରିନରେ ମୁକ୍ତିଲାଭ କରିଛି । ଓପନିଂ ଡେ ପାଇଁ ୩୧ କୋଟି ଟଙ୍କାର ଆଡଭାନ୍ସ ଟିକେଟ ବୁକିଂ ସରିଛି । ଭୁବନେଶ୍ୱର ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ । ରାଜ୍ୟ ସିନେମା ଇତିହାସରେ ପ୍ରଥମ ଥର ଲାଗି ରାତି ୨ଟା ୫୦ରୁ ଏହି ସୋ ଆରମ୍ଭ ହୋଇଛି । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଟିକେଟ ବୁକିଂ କରାଯାଇଛି । ଫିଲ୍ମର ଲିଡ ରୋଲରେ ଅଛନ୍ତି ସାଉଥ ଷ୍ଟାର ୟଶ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ ଏବଂ ଅନ୍ୟାନ୍ୟ କଳାକାର । ଫିଲ୍ମଟି କନ୍ନଡ ସମେତ , ତାମିଲ , ହିନ୍ଦି , ତେଲୁଗୁ ଭାଷାରେ ରିଲିଜ କରାଯାଉଛି ।

LEAVE A REPLY

Please enter your comment!
Please enter your name here