ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କରିଛି ‘ସିମ୍ବା’ । ବଲିଉଡ ଆକ୍ଟର ରଣବୀର ଏବଂ ସାରା ଅଲି ଖାନଙ୍କ ଷ୍ଟାରର ଏହି ଫିଲ୍ମରେ ସୁପର ଆକ୍‌ସନ୍‌ ଓ କମେଡି ଭରପୁର ରହିଛି । ଫିଲ୍ମର ନିର୍ଦ୍ଦେଶନା ରୋହିତ୍‌ ସେଟ୍ଟୀ ଦେଇଛନ୍ତି । ‘ସିଙ୍ଘମ୍’ ଫିଲ୍ମର ରିମେକ ହୋଇଥିବା ଫିଲ୍ମ ‘ସିମ୍ବା’ରେ ଅଜୟ ଦେବଗନଙ୍କୁ ପୁଣିଥରେ ସିଂଘମ ଷ୍ଟାଇଲ ରୋଲରେ ଦେଖିବାକୁ ମିଳିଛି । ରଣବୀରଙ୍କ ଗୁରୁ ଭୂମିକାରେ ଅଛନ୍ତି ଅଜୟ ଦେବଗନ । ଏହାସହିତ ଏହି ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ଅତିଥି କଳାକାର ରୁପେ ନଜର ଆସୁଛନ୍ତି । ତେବେ ବକ୍ସ ଅଫିସରେ ଫିଲ୍ମଟି ଭଲ ବିଜିନେସ କରିବ ବୋଲି ଆଶା ରଖିଛନ୍ତି କ୍ରିଉ ।

LEAVE A REPLY

Please enter your comment!
Please enter your name here