ବକ୍ସ ଅଫିସ୍‌ରେ ଧମାଲ କରୁଛି ସାହିଦ କପୁରଙ୍କ ଫିଲ୍ମ ‘କବିର ସିଂହ’ । ପ୍ରଥମ ଓ୍ବିକେଣ୍ଡରେ ଏହି ଫିଲ୍ମ ସର୍ବମୋଟ ୭୦ କୋଟି ଟଙ୍କା ଆୟ କରିସାରିଲାଣି । ଚଳିତ ବର୍ଷ ରିଲିଜ ହୋଇଥିବା ପିଲ୍ମଗୁଡିକ କରିଥିବା ଆୟକୁ ଦେଖିଲେ ‘କବିର ସିଂହ’ ‘ଭାରତ’କୁ ପଛରେ ପକାଇ ଦେଇଛି। ଏହି ଫିଲ୍ମ ସାହିଦ ଓ କିୟାରା ଆଡଭାନୀଙ୍କ ପାଇଁ କ୍ୟାରିୟର ସବୁଠାରୁ ବଡ଼ ଓପନର ଭାବେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ସାରା ଦେଶର ଏକାସାଙ୍ଗରେ ୩୧୨୩ ସ୍କ୍ରିନରେ ରିଲିଜ୍‌ କରାଯାଇଥିଲା । ଫିଲ୍ମ କବିର ସିଂହ ହେଉଛି ତେଲଗୁ ବ୍ଲକବଷ୍ଟର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ। ସନ୍ଦୀପ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ପାଗଳ ପ୍ରେମୀକର କାହାଣୀକୁ ନେଇ ଗତିଶୀଳ ହୋଇଛି। ଏଥିରେ ସାହିଦଙ୍କ ଦମ୍‌ଦାର ଅଭିନୟକୁ ପ୍ରଂଶସକ ପ୍ରଶଂସା କରିଥିବା ବେଳେ କିୟାରାଙ୍କ ସରଳ ମନୋଭାବ ସମସ୍ତଙ୍କୁ ପ୍ରଭାବିତ କରିଛି। ପରଦାରେ କିୟାରା ସହ ସାହିଦଙ୍କ କେମେଷ୍ଟ୍ରୀକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ମକୁ ନେଇ ଯୁବପିଢୀ ବି ମତୁଆଲା ।

LEAVE A REPLY

Please enter your comment!
Please enter your name here