ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଟିଭି ସୋରୁ ଦୂରେଇ ରହିଥିବା କମେଡି କିଙ୍ଗ୍ କପିଲ୍ ଶର୍ମା ପୁଣିଥର କମବ୍ୟାକ୍ କରୁଛନ୍ତି । କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ ବରଂ ନିଜ ଫିଲ୍ମ ମାଧ୍ୟମରେ । ସୁସ୍ଥ ହେବା ପରେ କପିଲ୍‌ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍‌ ୱିଥ୍‌ କପିଲ ଶର୍ମା’କୁ ଫେରିଥିଲେ ମାତ୍ର ଶୋ’ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଏହା ପରେ ତାଙ୍କୁ ଆଉ କୌଣସି ଶୋ’ କିମ୍ବା ଫିଲ୍ମରେ ଦେଖିବାକୁ ପାଇଲେନି ଦର୍ଶକ । ଆଉ ଏବେ ସେ ଏକ ଫିଲ୍ମ ର ନିର୍ଦ୍ଦେଶକ ଭାବେ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି। କପିଲ୍‌ ତାଙ୍କର ଆଗାମୀ ପଞ୍ଜାବୀ ଫିଲ୍ମ ‘Son of Manjeet Singh’ ର ପ୍ରଥମ ପୋଷ୍ଟର ତାଙ୍କ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି। ସୋଶାଲ୍‌ ମିଡିଆରେ ଆକ୍ଟିଭ ଥିବା କପିଲ୍‌ ତାଙ୍କର ଭାବନାକୁ ଦର୍ଶକଙ୍କ ସହ ସେୟାର କରିଛନ୍ତି । ଏଥିରେ ସେ କ୍ୟାପ୍‌ସନ୍‌ ଦେଇ ଲେଖିଛନ୍ତି – “Son of Manjeet Singh” First Look । ଏହି ଫିଲ୍ମରେ ଗୁରପ୍ରୀତ୍‌ ଗୁଗି ଓ ବିକ୍ରମ୍‌ ଗ୍ରୋଭର୍‌ଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ। କପିଲ୍‌ଙ୍କ ଏହି ନୂଆ ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବ। ଫିଲ୍ମର କାହାଣୀ ଜଣେ ବାପା ଓ ପୁଅର କାହାଣୀ ଉପରେ ଆଧାରିତ।

LEAVE A REPLY

Please enter your comment!
Please enter your name here