ଭଜନ ଗାୟକ ଅନୁପ ଜଲୋଟା ବିଗ୍ ବସ୍ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ । ସେ ୨୮ ବର୍ଷୀୟା ଗାୟିକା ଜସଲିନ୍ ମାଥୁରଙ୍କ ସହ ଏହି ଶୋରେ ନଜର ଆସିବେ ବୋଲି ଜଣାପଡିଛି । ହେଲେ ଏହା ପୂର୍ବରୁ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଜସଲିନ୍ କହିଛନ୍ତି ଯେ, ବିଗତ ସାଢେ ୩ ବର୍ଷ ହେବ ସେ ଓ ଅନୁପ ଜଲୋଟା ରିଲେଶନଶିପରେ ଅଛନ୍ତି । ଏକ ଗଣାମଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି । ତେବେ ଅନୁପ ତାଙ୍କୁ ୩ ବର୍ଷ ହେଲା ଡେଟ୍ କରୁଥିଲେ ସୁଦ୍ଧା ଏକଥା କାହାକୁ ଜଣାନାହିଁ ଏମିତିକି ତାଙ୍କ ପିତାମାତା ମଧ୍ୟ ଏକଥା ଜାଣନ୍ତିନାହିଁ । କାରଣ ଏହା ଜାଣିବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ଶକ୍ତ ଝଟକା ଲାଗିପାରେ । ତେବେ ବିଜି ସିଡୁ୍ୟଲ ଭିତରେ ଆମେ ଦୁହେଁ ପରସ୍ପରକୁ ଭେଟିବାକୁ ସମୟ ପାଉନାହୁଁ । ଏବେ ବିଗ୍ ବସ୍ ଆମକୁ ଏହି ସୁଯୋଗ ଦେଇଛି ଏବେହିଁ ଆମେ ସ୍ଥିର କରିପାରିବୁ ଆମେ ଜୀବନ ସାରା ଏକାଠି ରହି ପାରିବୁ କି ନା ବୋଲି କହିଛନ୍ତି ଜସଲିନ୍ ।
ସୁଚନାଅନୁସାରେ ଗତ ଜୁଲାଇରେ ଅନୁପ ଜଲୋଟା ତାଙ୍କର ୬୫ ତମ ଜନ୍ମଦିବସ ପାଳନ କରିବା ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଚର୍ଚ୍ଚା ହେଉଥିଲା ଏମାନଙ୍କ ମଧ୍ୟରେ ଗୁରୁ ଶିଷ୍ୟ ଠାରୁ ଅଧିକ କିଛି ସମ୍ପର୍କ ରହିଛି । ଯାହର ଏବେ ଗୁମର ଖୋଲିଛନ୍ତି ଜସଲିନ୍ ।

LEAVE A REPLY

Please enter your comment!
Please enter your name here