ଆର ପାରିରେ ଭେଟେରାନ ଅଭିନେତ୍ରୀ ରୀତା ଭାଦୁରୀ. ଛୋଟ ଓ ବଡ଼ ଉଭୟ ପରଦାରେ ସକ୍ରିୟ ଥିବା ଏହି ଅଭିନେତ୍ରୀଙ୍କର ମୁମ୍ବାଇରେ 62 ବର୍ଷ ବୟସରେ ମୃତ୍ୟୁ ହୋଇଛି. ଅଭିନେତା ଶିଶିର ଶର୍ମା ରୀତାଙ୍କ ମୃତ୍ୟୁ ଖବର ଫେସବୁକ୍ ରେ ପୋଷ୍ଟ କରିଥିଲେ. ରୀତା କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇ ସ୍ଥିତ ଭିଲେପାର୍ଲେ ରେ ଥିବା ସୁଜୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ଏକ ସୂତ୍ରରୁ ଜଣାପଡିଛି. ପ୍ରସାରିତ ଟିଭି ସୋ ‘ନିମକୀ ମୁଖିଆ’ ରେ ସେ ତାଙ୍କ ଅଭିନୟ ଜାରି ରଖିଥିଲେ. ଗୁଜୁରାଟି ଫିଲ୍ମ ସହ ହିନ୍ଦୀ ସିନେମାରେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ ରୀତା. ବିରାସତ୍, ରାଜା, ହିରୋ ନମ୍ବର ୱାନ, କଭି ହାଁ କଭି ନାଁ, କ୍ୟା କେହେନା ଓ ବେଟା ଭଳି ସୁପର ହିଟ୍ ଫିଲ୍ମଗୁଡିକରେ ଅଭିନୟ ଥିଲେ ସେ. 1995 ରେ ରାଜା ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସର୍ପୋଟିଙ୍ଗ୍ ରୋଲ ପାଇଁ ଆୱାର୍ଡ ମିଳିଥିଲା. ଏହାବ୍ୟତୀତ କୁମକୁମ, ହସରତେଁ ଓ ଏକ ନଇ ପହଚାନ ସହ ଆହୁରି ଅନେକ ଟିଭି ସୋ ରେ ତାଙ୍କୁ ଦେଖିବାକୁ ମିଳିଥିଲା. ନିକଟରେ ସିନେ ଜଗତକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗି ଚାଲିଥିବା ବେଳେ ଆଜି ରୀତା ଭାଦୁରୀଙ୍କ ମୃତ୍ୟୁରେ ଶୋକାକୁଳ ଚଳଚିତ୍ର ଜଗତ.

LEAVE A REPLY

Please enter your comment!
Please enter your name here