ଜୟପୁରର ଜ୍ୟାସଲମେର ମରୁଭୂମିରେ ବାଟବଣା ହୋଇଯିବାରୁ କୋଚିର ଅଶୋକ ନାମରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି. ତେବେ ଅଶୋକ ସେଠାକୁ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ‘ଇଣ୍ଡିଆ ବାଜା ରାଲୀ’ର ଶୋ’ରେ ଭାଗ ନେବାକୁ ଆସିଥିଲେ. ପୋଲିସର କହିବା ମୁତାବକ, ଅଶୋକ ଗୁରୁବାରଠାରୁ ରାସ୍ତା ବାଟବଣା ହୋଇଯାଇଥିଲେ. ପ୍ରାୟ ଚାରି ଘଣ୍ଟା ଧରି ଖୋଜିବା ପରେ ଜ୍ୟାସଲମେରଠାରୁ 200 କି.ମି ଦୂରରେ ଥିବା ଶାହଗଡବଲ ମରୁଭୂମିରେ ତାଙ୍କ ମୃତ ଶରୀରକୁ ଠାବ କରାଯାଇଥିଲା.ସୂଚନା ଅନୁଯାୟୀ ‘ଇଣ୍ଡିଆ ବାଜା ରାଲୀ’ର ଟ୍ରାଏଲ୍ ରନ୍ ବେଳେ ଅଶୋକ ବାଟବଣା ହୋଇଯାଇଥିଲେଏବଂ ଆୟୋଜକକାରୀ ପୋଲିସକୁ ଶୁକ୍ରବାରଦିନ ଏ ସଂକ୍ରାନ୍ତରେ କହିଥିଲେ.

LEAVE A REPLY

Please enter your comment!
Please enter your name here