ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଜୁଲାଇ 1 ତାରିଖରେ ହଠାତ କୁଆଡେ ନିଖୋଜ ହୋଇଗଲେ । ବ୍ୟାବସାୟିକ କାମରେ ବାବୁ କୋଲକାତା ଯାଇଥିବା ବେଳେ ପରିବାର ଲୋକେ ତାଙ୍କ ସହ ଆଉ ଯୋଗାଯୋଗ କରିପାରିଲେନି । ଯେଉଁ ଫ୍ଲାଇଟରେ ଆସିବା ପାଇଁ ଟିକଟ କରିଥିଲେ, ନ ଆସିବାରୁ ତାଙ୍କ ଘର ଲୋକଙ୍କ ସନ୍ଦେହ ବଢିଥିଲା । ବାପାଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପୁଅ ବି କୋଲକାତା ଯାଇ ସେ ରହୁଥିବା ହୋଟେଲରେ ପହଞ୍ଚିଥିଲେ । ଲୋକାଲ ଥାନାରେ ଏତଲା ବି ଦେଲେ । ସବୁ ଗଣମାଧ୍ୟମରେ ନବୀନଙ୍କ ନିଖୋଜ ଖବର ନେଇ ଘନ ଘନ ଚର୍ଚ୍ଚା ଚାଲିଲା । କୁଆଡେ ଗଲେ ପୂର୍ବତନ ବିଧାୟକ ନବୀନ ନନ୍ଦ । କୋଲକାତା ପୁଲିସ ବି ତନାଘନା କଲା । ମାତ୍ର ସକାଳୁ ନିଖୋଜ ହୋଇଥିବା ବାବୁ ନବୀନ ନନ୍ଦ 13 ଘଣ୍ଟା ପରେ ପହଞ୍ଚିଥିଲେ ହୋଟେଲରେ । ଆଉ ଫେରିବା ପରେ ସେ ଯେଉଁ ଗପ କହିଥିଲେ, ତାହା ଏହିପରି । ସେ ସକାଳୁ ସକାଳୁ ହୋଟେଲ ଠାରୁ 40 କିଲୋମିଟର ଦୂର ଏକ ଜାଗାକୁ ବ୍ୟାବସାୟିକ କାମରେ ଯାଇଥିଲେ । ସେଠାରେ ସେ ଲୁଟେରାଙ୍କ ଶୀକାର ହେଲେ । ତାଙ୍କ ମୋବାଇଲ, ମନିପର୍ସ ସବୁ ଲୁଟେରାମାନେ ନେଇଗଲେ । ଲୁଟେରାଙ୍କୁ ଗୋଡେଇ ଗୋଡେଇ ସେ ଏକ ହୋଟେଲ ଭିତରେ ପହଞ୍ଚିଲେ । ସେ ଯେଉଁ ହୋଟେଲ ଭିତରେ ପହଞ୍ଚିଲା ବେଳକୁ ସେଠି ପୋଲିସ ରେଡ୍ ଚାଲିଥିଲା । ତେଣୁ ପୋଲିସ ତାଙ୍କୁ ରଖି ଜେରା କଲା । ତା ପରେ ସେ 40 କିଲୋମିଟର ଚାଲି ଚାଲି ହୋଟେଲକୁ ଫେରିଲେ । ଏମିତି ଆମ ଓଡିଶାର ନେତା ଓ ବାବୁମାନେ ବେଳେ ବେଳେ ମଉଜମସ୍ତି କରିବା ପାଇଁ କୋଲକାତା ଯିବା କଥା ଆମେ ଶୁଣିଛୁ । ମାତ୍ର ବାବୁ ନବୀନ ନନ୍ଦ ସେମିତି କଥା ନକହି ବୁଲେଇ ବଙ୍କେଇ ଗପ ଶୁଣେଇଛନ୍ତି । ମାତ୍ର ତାଙ୍କ ଗପ ଟିକେ ଆମକୁ ଖାପଛଡା ଖାପଛଡା ଲାଗୁଛି । ସତକଥା ହେଉଛି କୋଲକାତା ସ୍ଥିତ ବେନିଆପୁକୁର ପୋଲିସ ସେକ୍ସ ରାକେଟ ଚାଲିଥିବା ଏକ ସ୍ପାରେ ଚଢଉ କରିବା ବେଳେ 18 ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ବାବୁ ନବୀନ ନନ୍ଦ ଥିଲେ । ଜାମିନ ପାଇବା ପରେ ଘର ଲୋକ ତାଙ୍କ ପତ୍ତା ପାଇଥିଲେ । ବେଶ୍ୟାଳୟରୁ ଗିରଫ ହୋଇ ଜାମିନରେ ଆସିଥିବା ନବୀନ ନନ୍ଦଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଛି ।

LEAVE A REPLY

Please enter your comment!
Please enter your name here