ଦୁଷ୍କର୍ମ ଓ ନାରୀ ନିର୍ଯାତନାକୁ ନେଇ ପ୍ରତିଦିନ ଏଭଳି କିଛି ଘଟଣା ଘଟୁଛି ଯାହା ସାମାଜିକ ମୂଲ୍ୟବୋଧ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଲାଗୁଛି ଯେମିତି ଆମ ଭିତରୁ ମାନବିକତା କ୍ରମଶଃ ମରି ମରି ଯାଉଛି. ଉତ୍ତର ପ୍ରଦେଶର ବରେଲୀରେ ଘଟିଛି ଏମିତି ଦୁଃଖଦ ଘଟଣା…

ସମ୍ଭଲ ଜିଲ୍ଲାର ଜଣେ ମହିଳା ଆଣିଥିବା ଅଭିଯୋଗ ଅନୁଯାୟୀ, ନିକାହକୁ 3 ମାସ ବି ପୂରି ନ ଥିଲା, ତାଙ୍କ ସ୍ୱାମୀ ମାର୍ ପିଟ୍ କରି ଘରୁ ବାହାର କରିଦେବା ସହ ତାଙ୍କୁ ତିନ୍  ତଲାକ୍ ଦେଇଦେଲେ. ସେ ଯେତେବେଳେ ଶାଶୁ ଘର ଲୋକଙ୍କ ବିରୋଧରେ ଏତଲା ଦେଲେ, ତାଙ୍କ ସ୍ୱାମୀ ସାଙ୍ଗରେ ରଖିବାକୁ କହି ମାମଲାର ରଫାଦଫା କରିଦେଲେ. ମାତ୍ର ମାମଲା ରଫାଦଫା କରିବା ପରେ ତାଙ୍କ ଉପରେ ନିର୍ଯାତନା ବଢିଯାଇଥିଲା. ନିଜ ଶ୍ୱଶୁରଙ୍କ ସହ ଯୌନ ସଂପର୍କ ରଖିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା. ତାଙ୍କୁ ଧମକ ଦିଆଯାଇଥିଲା, ଯଦି ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁଛ, ତେବେ ହଲାଲା ପାଇଁ ହଁ କରିବାକୁ ପଡିବ. ତାଙ୍କୁ ଘର ଭିତରେ ଶିକୁଳିରେ ବାନ୍ଧିକି ରଖାଯାଉଥିଲା. ଗର୍ଭବତୀ ଥିବା ସମୟରେ ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରାଯାଇଥିଲା ଓ 15 ଦିନ ଭୋକ ଉପାସରେ ରଖାଯାଇଥିଲା. ବହୁ କଷ୍ଚରେ ସେ ପୋଲିସ୍ ପାଖରେ ପହଂଚିବା ପରେ ତାଙ୍କ ଉପରେ ଚାଲିଥିବା ଅକଥନୀୟ ନିର୍ଯାତନା ଖବର ଜଣାପଡିଥିଲା. ଏବେ ସେ ଗୋଟିଏ ଶିଶୁ ଜନ୍ମ ଦେଇସାରିଛନ୍ତି. ଡିଏନଏ ପରୀକ୍ଷାରେ ପିଲାଟି ଯଦି ଶ୍ୱଶୁରଙ୍କ ଔରସରୁ ବୋଲି ପ୍ରମାଣିତ ହୁଏ, ତେବେ ଦେଶରେ ମୁସଲମାନ ସମାଜରେ ହଲାଲାକୁ ନେଇ ଚାଲିଥିବା ବିବାଦର ଏକ ସାକ୍ଷୀ ଭାବରେ ଉପସ୍ଥାପିତ ହେବ..

LEAVE A REPLY

Please enter your comment!
Please enter your name here