ଉତ୍ତରପ୍ରଦେଶର ମୁରାଦାବାଦ୍ ରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରାଇ ଦେବ.  ହଁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ..ନିଜେ ଜନ୍ମ ଦେଇଥିବା ବାପା ମା 7 ବର୍ଷ ର ଝିଅକୁ ଘର ଅଗଣାରେ ପୋତି ଦେଇଛନ୍ତି .

ପୋଲିସ୍ ର କହିବା ମୁତାବକ ଘଟଣାଟି 4 ଅଗଷ୍ଟରେ ଚଉଧରପୁର ଗାଁରେ ଘଟିଥିଲା . ଲୋକଙ୍କ କହିବା ଅନୁସାରେ ପୋଲିସ୍ ପହଂଚି ଯେତେବେଳେ ଗାତଟିକୁ ଖୋଳିଥିଲା ସେତେବେଳେ ଏକ ପ୍ଲାଷ୍ଟିକ୍ ଥଳିରୁ ଝିଅ ତାରାର ମୃଚଦେହ ବାହାରିଥିଲା ଏବଂ  ପୋଲିସ୍ ସାଂଗେ ସାଂଗେ ତାକୁ ପୋଷ୍ଚମର୍ଟମ ପାଇଁ ପଠାଇଥିଲା. ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ ପାଲ ପଶ୍ଚିମବଙ୍ଗରେ ମୋନୀ ନାମକ ଏକ ଝିଅକୁ ବିବାହ କରିଥିଲା ଓ ଏହା ପୂର୍ବରୁ ତାର 4 ଟି ପିଲା ଥିଲା,ଯାହାକୁ ସେ ସାଙ୍ଗରେ ନେଇ ଆସିଥିଲା. 3-4 ମାସ  ପୂର୍ବରୁ ତାର ଆଉ ଏକ ପିଲାର ମୃତ୍ୟୁ ହୋଇଥିଲା, ଯାହାର କାରଣ ସେ ରୋଗ ଥିବା ଦର୍ଶାଇ ଥିଲେ. ସେଠି ମଧ୍ୟ ଏହା ଚର୍ଚ୍ଚା ହୋଇଥିଲା କି ସେମାନେ ଯେତେବେଳେ ବାହାରକୁ ଯାଉଥିଲେ ପିଲାଟିକୁ ଘରେ ବନ୍ଦ କରି ଯାଉଥିଲେ. ଏସପି ଅପନ୍ନା ଗୁପ୍ତା କହିଛନ୍ତି କି ଅଗଷ୍ଚ 4 ରେ ଏକ ପିଲାକୁ ଜିଅନ୍ତା ପୋତି ଦେବା କଥା ଖବର ଆସିଥିଲା. ତା ପରେ ଦୁଇ ଜଣକୁ ଗିରଫ୍ କରାଯାଇଛି. ପଚରାଉଚରା ପରେ ଜଣେ ତାନ୍ତ୍ରିକ କଥାରେ ସେମାନେ ଏପରି କରିଥିବା ଜଣାପଡିଛି.

ତେବେ ପିଲାଟିର ଦେହ ବହୁତ ଦିନ ଧରି ଖରାପ ଥିଲା ଓ ବର୍ଷାରେ ଭିଜିବା କାରଣରୁ ତାକୁ ଜ୍ୱର ହେଇଯାଇଥିଲା. ଭଲ କରିବା ପରିବର୍ତ୍ତେ ତାକୁ ମୂଳରୁ ସଫା କରିବା ପାଇଁ ସେମାନେ ଭାବିଥିଲେ ଓ ପରେ ଜିଅନ୍ତା ପୋତି ଦେଇଥିଲେ.

LEAVE A REPLY

Please enter your comment!
Please enter your name here