ଚାଇନାର ଏକ ତୃତୀୟାଂଶ ଲୋକେ ସବୁଦିନ ବ୍ରେକଫାଷ୍ଟ କରନ୍ତିନି. ସକାଳେ ବ୍ରେକଫାଷ୍ଟ କରିବାକୁ ସେମାନଙ୍କୁ ସମୟ ମିଳେନି. ଚୀନର ନ୍ୟୁଟ୍ରିସନ ସୋସାଇଟ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି. ସର୍ଭେରେ ଭାଗ ନେଇଥିବା 18 ବୟସରୁ ଅଧିକ ବୟସର ଲୋକଙ୍କ ମଧ୍ୟରୁ 11 ଭାଗ ଲୋକ ଆଦୌ ବ୍ରେକଫାଷ୍ଟ କରନ୍ତିନି ବୋଲି କହିଛନ୍ତି. ବ୍ରେକଫାଷ୍ଟର କିଛି ଆବଶ୍ୟକ ନାହିଁ ବୋଲି ସେମାନେ କହିଛନ୍ତି. ଯଦିଓ ଡାଏଟିସିଆନମାନେ ସୁସ୍ଥ ରହିବା ପାଇଁ ସକାଳର ଜଳଖିଆକୁ ବେଶି ପ୍ରାଧାନ୍ୟ ଦେଇଥାନ୍ତି. ତେବେ ଗୁରୁତ୍ବପୂଣ୍ଣ ହେଉଛି, ଦାରିଦ୍ର୍ୟ ପାଇଁ ନୁହେଁ, ବରଂ ସମୟ ଅଭାବରୁ ସେମାନେ ବ୍ରେକଫାଷ୍ଟ କରିବାକୁ ପସନ୍ଦ କରନ୍ତିନି.













