ମୌସୁମୀ ଆସିଲେ ସାଙ୍ଗରେ ଆଣିଥାଏ ଆସ୍ୱସ୍ତି . ଟାଣ ଖରା ଓ ଗୁଳଗୁଳି ମିଳିଥାଏ ମୁକ୍ତି ମାତ୍ର ଏହାସହ ବଦଳୁଥିବା ପାଣିପାଗ ଓ ଇନ୍ଫେକସନ୍ ଯୋଗୁଁ ଆମ ଶରୀରରେ ଦେଖାଯାଏ ବିଭିନ୍ନ ପ୍ରକାରର ସ୍କିନ୍ ଇନ୍ଫେକସନ୍ . ଏଣୁ ବର୍ଷାର ମଜା ଉଠାଇବା ସହ ଆମେ ଆମ ତ୍ୱଚା ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ . ସାଧାରଣତଃ ବର୍ଷାଦିନେ ଦୂଷିତ ପାଣି ଯୋଗୁଁ ଫଙ୍ଗଲ ଇନ୍ଫେକସନ ହୋଇଥାଏ , ଏଣୁ ଏଥିପ୍ରତି ଧ୍ୟାନ ଦେବା ଦରକାର . ଆବଶ୍ୟକ ପରିମାଣର ପାଣି ପିଇବା ଆବଶ୍ୟକ, ଏହାଦ୍ୱାରା ଆମ ଶରୀରରେ ପିଏଚ୍ ବାଲାନସ୍ ଠିକ୍ ରୁହେ ଏବଂ ତ୍ୱଚା ଶୁଷ୍କ ହୁଏନାହିଁ . ଡର୍ମୋଟୋଲଜିଷ୍ଟଙ୍କ ମତରେ ଏହି ଋତୁରେ ଆଲକହଲ ଯୁକ୍ତ ଟୋନର ବ୍ୟବହାର କରିବା ଉଚିତ୍ ନୁହେଁ . ଦହି, ଜୋଜୋବା ଅଏଲ୍ ଓ ମହୁ ରେ ପ୍ରସ୍ତୁତ ପେଷ୍ଟକୁ ତ୍ୱଚା ଓ କେଶରେ ଲଗାଇଲେ ଏହା ଲାଭପ୍ରଦ ହୋଇଥାଏ .

LEAVE A REPLY

Please enter your comment!
Please enter your name here