ରାହୁଲ ଚୈାହାନ ଯିଏ ଜଣେ ମେଡିକାଲ ଛାତ୍ର.ରାହୁଲ ଜଣେ ସମଲିଙ୍ଗୀ ବୋଲି ତାଙ୍କ ବାପା ମା ଙ୍କ ମନରେ ବହୁତ ଦୁଃଖ ଥିଲା କିନ୍ତୁ ସୁପ୍ରିମ କୋର୍ଟଙ୍କ ରାୟ ପରେ ତାଙ୍କ ଧାରମା ବଦଳିଯାଇଛି. ମେଡିକାଲରେ ଅଧ୍ୟୟନ କରୁଥିବା ସମଲିଙ୍ଗୀ ରାହୁଲ  କିଛି ବର୍ଷ ପରେ ନିଜ ଗାଁକୁ ଫେରିଛନ୍ତି. ଗାଁକୁ ଫେରିବା ପରେ ନିଜ ପିତାମାତାଙ୍କ ସହ ତାଙ୍କୁ ସମସ୍ତେ ସମର୍ଥନ କରିବା ସହ କୋଳେଇ ନେଇଥିଲେ. ରାହୁଲଙ୍କ ବାପା ମା କହିଛନ୍ତି, ସୁପ୍ରିମ କୋର୍ଟଙ୍କ ରାୟ ଆର୍ଟିକିଲ 377 ପରେ ଏବେ ଆମକୁ ଆମ ପୁଅ ପାଇଁ ଖରାପ ଲାଗୁନି ବରଂ ଆମେ ତା ପାଇଁ ଗର୍ବ ଅନୁଭବ କରୁଛୁ. ରାହୁଲଙ୍କ ବାପା ଓ ମା ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ପାଳନ କରିବା ଉଦ୍ଦେଶ୍ୟରେ ଭୋପାଳରେ ପହଞ୍ଚି ସେଠାରେ ସମଲିଙ୍ଗୀଙ୍କ ଉପରେ ହେଉଥିବା ପ୍ରାଇଡ୍ ପରେଡରେ ଭାଗନେଇଥିଲେ. ଏଥିରେ ରାହୁଲ ମଧ୍ୟ ଭାଗ ନେଇଥିଲେ ଆଉ ବଖାଣିଥିଲେ ତାଙ୍କର ସଂଘର୍ଷମୟ କାହାଣୀ. ସେ ଲୁହ ଠଳ ଠଳ ହୋଇ କହିଥିଲେ ଯେ, ‘ମୋ ଜୀବନରେ ଏହା ହେଉଛି ଏକ ଲମ୍ବା ଓ କଠିନ ଯାତ୍ରା ଏବଂ  ବହୁତ ସାରା ଲୁହ ଓ  କଷ୍ଟର ଅବସାଦ’. ହେଲେ ମୋ ପାଇଁ ଏହା ବହୁତ ଖୁସିର ଦିନ କାହିଁକି ନା ଯେତେବେଳେ ମୁଁ ସମଲିଙ୍ଗୀ ଜାଣି ମଧ୍ୟ ମୋ ପିତାମାତା ମତେ ଗ୍ରହଣ କରି ସମର୍ଥନ କରିଥିଲେ. ଏହା ସହ ସେ କହିଛନ୍ତି ମୁଁ ଏକ ଛୋଟ ଗାଁ ଲିମ୍ବାଡିଟ୍, ତାରଣା ତହସିଲର ଉଜ୍ଜେନ ଗାଁ ରୁ ଆସିଛି, ଯେଉଁଠାରେ ଲୋକମାନେ ସମଲିଙ୍ଗୀକତା ବିଷୟରେ ବାସ୍ତବରେ କିଛି ଜାଣନ୍ତିନାହିଁ. ପଛୁଆ ଅଞ୍ଚଳରେ ରହୁଥିବା  ଆସିଥିବା ଏହି ଲୋକମାନେ ସେମାନଙ୍କ ପିଲାମାନଙ୍କୁ 20 ବର୍ଷ ନ ପୂରୁଣୁ ବିବାହ କରାଇଦିଅନ୍ତି. ଏପରିକି ମୁଁ ମଧ୍ୟ 2014 ମସିହାରେ ଏକ ଝିଅ ସହ ଜଡିତ ଥିଲି ଯେତେବେଳେ କି ମୋତେ ମୋର ଯୈାନ ଅଭିବିନ୍ୟାସ ବିଷୟରେ ଜଣାନଥିଲା. କିଛି ମାସ ପରେ  ରାହୁଲ ଜାଣିବାକୁ ପାଇଲେ ତାଙ୍କ ବାନ୍ଧବୀ ପାଇଁ ତାଙ୍କର କିଛି ଭାବନା ନାହିଁ.

LEAVE A REPLY

Please enter your comment!
Please enter your name here