ଆମେ ସମସ୍ତେ ଜାଣିଛେ ଯେ, ମଦ ପିଇବା ଆମ ଶରୀର ପାଇଁ ହାନିକାରକ. ଏହାକୁ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ. କହିବାକୁ ଗଲେ ଏଥିରେ ପ୍ରକୃତରେ ଏଥିରେ 4 ପ୍ରତିଶତ ଆଲକୋହଲ ରହିଥାଏ ଏବଂ ଆମେ ଖାଉଥିବା ପଖାଳ ଭାତରେ ମଧ୍ୟ 2 ପ୍ରତିଶତ ଆଲକୋହଲ ରହିଥାଏ. ସେଥିପାଇଁ ବିୟର ପିଇବା ଆମ ଶରୀର ପାଇଁ ଏତେ କ୍ଷତିକାରକ ନୁହେଁ. କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିୟର ପିଇବା ଆମ ତ୍ୱଚା ପାଇଁ କେତେ ଉପକାରୀ. ବିୟର ପିଇଲେ ବେଳେବେଳେ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ ସତ, ମାତ୍ର ତ୍ୱଚା ପାଇଁ ଏହା ଏକ ଔଷଧ ସ୍ୱରୂପ କାମ କରିଥାଏ. ତେବେ ଆସନ୍ତୁ ଜାଣିବା ବିୟର ପିଇଲେ କଣ ଲାଭ ମିଳିଥାଏ.

ଯଦି ମୁହଁରେ କଳା ଦାଗ ଥାଏ ତାହାଲେ କିଛି ତୁଳସୀ ପତ୍ର ବାଟି ସେଥିରେ କିଛି ବୁନ୍ଦା ବିୟର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପରେ ସେହି ପେଷ୍ଟକୁ 30 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ.  ଦେଖିବେ ଏହି ସମସ୍ୟା ଆଉ ରହିବ ନାହିଁ. ଆଉ ଯଦି ତ୍ୱଚା ତେଲିଆ ରହୁଛି, ତାହେଲେ 2 ଚାମଚ ଅଲିଭ ଅଏଲ ନେଇ ସେଥିରେ 2 ଚାମଚ ମହୁ ଏବଂ  1 ଚାମଚ ଲେମ୍ବୁ ରସ ନେଇ ସେଥିରେ କିଛି ବୁନ୍ଦା ବିୟର ମିଶାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ 15 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ଧୋଇଦିଅନ୍ତୁ. ଏହିପରି ଏକ ସପ୍ତାହ କଲେ ମୁହଁ ଆଉ ତେଲିଆ ରହିବ ନାହିଁ. ତେବେ ପ୍ରତିଦିନ ବିୟର ପିଇବା ଦ୍ୱାରା କୋଲେଷ୍ଟଲ ସ୍ତର କମ୍ ହୋଇଥାଏ ଏବଂ ଶରୀରରେ ଭଲ କୋଲେଷ୍ଟଲ 4 ପ୍ରତିଶତ ବଢିଥାଏ. ଯାହାଫଳରେ ରକ୍ତଚାପ ହେବାର ମାତ୍ରା କମ ରହିଥାଏ. ବିୟରରେ ଭିଟାମିନ୍-ବି ଭରପୂର ମାତ୍ରାରେ ଥାଏ. ବିଶେଷ କରି  ଏଥିରେ ଥିବା ଫଲିକ୍ ଏସିଡ ହାର୍ଟଆଟାକ୍ ହେବାରୁ ରକ୍ଷା କରିଥାଏ. ଏହାସହ ଏଥିରେ ଭିଟାମିନ୍-ସି ଏବଂ ବିଭିନ୍ନ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ତ୍ୱଚାକୁ ଚିକ୍କଣ କରିବା ସହ ତ୍ୱଚାରେ ଚମକ ଆଣିଥାଏ. ଏହାଛଡା ମୋଟା ହେବା ପାଇଁ ଚାହୁଁଥିବା ବ୍ୟକ୍ତି ବିୟର ପିଇଲେ ସେମାନଙ୍କର ଓଜନ ବଢିଥାଏ. ଏହାଛଡା ବିୟର, କିଡନୀ ଷ୍ଟୋନ ଆଶଙ୍କାକୁ ମଧ୍ୟ ଦୂର କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି. ଏହାଛଡା ବିୟରରେ ଥିବା ସିଲିକନ ହାଡକୁ ମଜଭୁତ ରଖିବାରେ ସାହାଯ୍ୟ କରେ. ଚିନ୍ତାଗ୍ରସ୍ତ ଥିବା ବ୍ୟକ୍ତି ବିୟର ପିଇଲେ ମାନସିକ ଅବସାଦରୁ ରକ୍ଷା ପାଇଥାନ୍ତି.

 

LEAVE A REPLY

Please enter your comment!
Please enter your name here