ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀ ଛାତ୍ରୀ ଉପରେ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମତାମତ ନେଇ ଚର୍ଚ୍ଚା ଚାଲିଛି। ଅନେକ ଅଭିଯୋଗ କରିଛନ୍ତି ଯେ ସେ ଏହି ଘଟଣାକୁ ଗୁରୁତ୍ୱ ନ ଦେଇ ସମ୍ବେଦନହୀନ ବୟାନ ଦେଇଛନ୍ତି। ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ପଶ୍ଚିମବଙ୍ଗରେ ନିଜ ଶାସନର ଅପାରଗତା ଲୁଚାଇବାକୁ ପୀଡ଼ିତା ଛାତ୍ରୀ ଓ ସମ୍ପୃକ୍ତ ମେଡିକାଲ କଲେଜ ଉପରେ ଦୋଷ ଲଦିଛନ୍ତି । ମମତା ବାନାର୍ଜୀଙ୍କ ବୟାନକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ସେ ପ୍ରଶ୍ନ କରିଛନ୍ତି, ପୀଡ଼ିତା ଛାତ୍ରୀ କେମିତି ରାତି ସାଢ଼େ 12ଟାରେ କଲେଜ କ୍ୟାମ୍ପସ ବାହାରକୁ ଗଲେ। ତଥାପି, ଛାତ୍ରୀଙ୍କ ବାପାଙ୍କ ଏତଲା ଓ ସିସିଟିଭି ଫୁଟେଜରୁ ପ୍ରମାଣ ମିଳିଛି ଯେ ସେ ରାତି 8ଟାରେ ବାହାରିସାରିଥିଲେ। ବିଜେପି ବିଧାୟିକା ଅଗ୍ନିମିତ୍ର ପଲ ଏହି ଖାମଖିଆଲ ବୟାନକୁ ନେଇ ମମତାଙ୍କୁ ତାତ୍ସଲ୍ୟ କରିଛନ୍ତି। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ପଶ୍ଚିମବଙ୍ଗ ଏବେ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାରେ ପରିଣତି ହୋଇଛି।














