ସାଧାରଣତଃ ବେଶି ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଛାତି ଓ ପେଟ ଜଳା ପୋଡା ହେବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ. ମାତ୍ର କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମଧ୍ୟ ମିଳିଥାଏ. ତେବେ କଞ୍ଚା ଲଙ୍କାରେ ଭିଟାମିନ୍- ଏ, ଭିଟାମିନ୍-ସି, ଭିଟାମିନ୍-ଇ, ବି-6, ଆଇରନ୍, କପର୍, ପୋଟାସିୟମ୍, ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ୍ ପ୍ରଚୁର ମାତ୍ରାରେ ଭରି ରହିଥାଏ. ତେବେ ଆସନ୍ତୁ ଜାଣିବା କଞ୍ଚା ଲଙ୍କା ଖାଇଲେ ଆମକୁ କ’ଣ ସବୁ ଫାଇଦା ମିଳିଥାଏ ?

ପ୍ରତ୍ୟେକଦିନ କଞ୍ଚାଲଙ୍କା ଖାଇବା ଦ୍ୱାରା ଏହା ଉଭୟ ଶରୀର ଓ ସୌନ୍ଦର୍ଯ୍ୟକୁ ସୁସ୍ଥ ରଖିଥାଏ. ଏହାଛଡା ଏହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ. ଏଥିରେ କ୍ୟାପ୍ସିୟାସିନ ନାମକ ଏକ ଉପାଦାନ ରହିଥାଏ ଯାହା ରକ୍ତକୁ ସଫା କରିବା ସହ ମୁହଁରେ ହେଉଥିବା ବିଭିନ୍ନ ପ୍ରକାର ବ୍ରଣକୁ ମଧ୍ୟ ଭଲ କରିଥାଏ. ଉଭୟ ନାଲି ଲଙ୍କା ଓ କଞ୍ଚା ଲଙ୍କାରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ. ଯାହାଦ୍ୱାରା ଆମ ଶରୀରର କୋଷିକା ସୁସ୍ଥ ରହିଥାଏ. ଏହାଛଡା ଆମେ ଜାଣିଛେ, ଯେଉଁ ବ୍ୟକ୍ତିଙ୍କର ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ସେମାନଙ୍କର ଇମ୍ୟୁନିଟି ସ୍ତର ମଧ୍ୟ ସେତିକି ଭଲ ରହିଥାଏ. ତେବେ କଞ୍ଚାଲଙ୍କା ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବଢିଥାଏ. ଏଥିରେ ଥିବା ଭିଟାମିନ୍-ସି, ପୋଟାସିୟମ ଓ ମାଙ୍ଗାନିଜ ଶରୀରର ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ. କଞ୍ଚା ଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ. ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ. ନାଲି ଲଙ୍କା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ଭଲ ରହିଥାଏ. ଏହାଛଡା ଶରୀରର କୋଲେଷ୍ଟରକୁ କମ୍ କରିବାରେ ସାହାଯ୍ୟ କରେ. ଯାହାଫଳରେ ଶରୀରର ମୋଟାପଣ ଦୂର ହୁଏ.

 

 

 

LEAVE A REPLY

Please enter your comment!
Please enter your name here