ଆଜିର ଯୁବପିଢି ନିଜ ସ୍ୱାସ୍ଥ୍ୟ ଓ ଶରୀରକୁ ନେଇ ବହୁତ ଚିନ୍ତାରେ ଥିବା ବେଳେ ବିଭିନ୍ନ ପ୍ରକାର ଉପାୟ ଆପଣଉଛନ୍ତି. ମାତ୍ର ସେଥିରେ ଶତ ପ୍ରତିଶତ ସଫଳ ହୋଇପାରୁନାହାନ୍ତି. ମୁଣ୍ଡରେ ଡ୍ୟାନଡ୍ରଫ୍ ହେବା ଏଭଳି ଏକ ସମସ୍ୟା ଯାହା  ସହଜରେ ମୁଣ୍ଡରୁ ଛାଡେନାହିଁ.  ଏହି ସମସ୍ୟାକୁ ନେଇ ଆମେ ଆଜି ଆପଣଙ୍କୁ ଏଭଳି କିଛି ଟିପ୍ସ ଦେବୁ ଯାହାକୁ ପ୍ରୟାଗ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇପାରିବ. ଜୀବନଶୈଳୀରେ କିଛିଟା ପରିବର୍ତ୍ତନ, ନିୟମିତ ଭାବରେ କେଶର ଯତ୍ନ, ସୁସ୍ଥ ଅଭ୍ୟାସ ଓ ନିୟନ୍ତ୍ରଣାଧିନ ଡାଏଟ ଦ୍ୱାରା ହେଉଥିବା ଡ୍ୟାନଡ୍ରଫକୁ ଦୂର କରାଯାଇପାରିବ. ଟିପ୍ସଗୁଡିକ ହେଲା-

  • କେଶକୁ ନିୟମିତଭାବେ ସାମ୍ପୁ କରିବା ଏବଂ ନନ୍ ମେଡିକେଟେଡ ସାମ୍ପୁର ବ୍ୟବହାର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ. ଯଦି ନନ୍ ମେଡିକେଟେଡ ସାମ୍ପୁ ବ୍ୟବହାର ଦ୍ୱାରା ଲାଭ ନ ମିଳେ ତାହାଲେ ମେଡିକେଟେଡ ସାମ୍ପୁ ମଧ୍ୟ ବ୍ୟବହାର କରିହେବ.
  • ବାରମ୍ବାର କେଶକୁ କଲର କରିବା ଏବଂ ବିଭିନ୍ ପ୍ରକାର ଜେଲ୍ ମୁଣ୍ଡରେ ବ୍ୟବହାର କରିବା ଦ୍ୱାରା ଡ୍ୟାନଡ୍ରଫ ବେଶି ହୋଇଥାଏ. ସେଥିପାଇଁ ଏ ସବୁକୁ ଦୂରେଇ ହିନା ଭଳି ପ୍ରାକୃତିକ ଜିନିଷକୁ ଆପଣେଇବା ଉଚିତ.
  • ଯଦି ଏ ସବୁ ଦ୍ୱାରା ମଧ୍ୟ ଡ୍ୟାନଡ୍ରଫ ନ ଯାଉଛି, ତାହାଲେ ଡାକ୍ତରଙ୍କ ସହ ଏ ସମ୍ବନ୍ଧରେ ପରାମର୍ଶ ନେବା ଉଚିତ.
  • ଡ୍ୟାନଡ୍ରଫ ଦୂର କରିବା ପାଇଁ  ନିୟମିତ ଭାବେ ବ୍ୟାୟାମ କରିବା ଓ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଉଚିତ୍.
  • ସପ୍ତାହକୁ ଥରେ ମୁଣ୍ଡକୁ ଆଣ୍ଟି-ଡ୍ୟାନଡ୍ରଫ ସାମ୍ପୋ କରେଇବା ଉଚିତ୍.
  • ଭିଟାମିନ- ବି କମ୍ପ୍ଲେକ୍ସ ଓ ଜିଙ୍କ୍ ଜାତୀୟ ଖାଦ୍ୟ ଖାଇବା ଉଚିତ୍. ଏହାସହ ତାଜା ଫଳ ଓ ପନିପରିବା ଖାଇବା, ଅଣ୍ଡା, ଗାଜର ଓ ପିଆଜ ଖାଇବା ଉଚିତ୍.
  • ମୁଣ୍ଡ ସଫା କରିବା ପରେ ସବୁବେଳେ କଣ୍ଡିସନର ବ୍ୟବହାର କରିବା ଉଚିତ୍.

LEAVE A REPLY

Please enter your comment!
Please enter your name here