ଆଜିକାଲି ଯୁବପିଢୀମାନେ ସେଲ୍ଫିନେବା ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । ଯେଉଁଠି ଦେଖିବ ସେଲ୍ଫି ନେବାରେ ସମସ୍ତେ ବ୍ୟସ୍ତ । ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ନେବାକୁ ମଧ୍ୟ କେହି ପଛାଉ ନାହାଁନ୍ତି । କିନ୍ତୁ ଏହାଦ୍ୱାରା ମୃତ୍ୟୁଜନିତ ଦୂର୍ଘଟଣା ବଢିଚାଲିଛି । ଏପରି ଘଟଣା ରୋକିବା କିମ୍ବା କମାଇବା ଲାଗି ନୂଆଦିଲ୍ଲୀ ସ୍ଥିତ ଇନ୍ଦ୍ରପସ୍ଥ ଇନଷ୍ଟିଚ୍ୟୁଟ  ଅଫ ଇନଫରମେଶନ ଟେକ୍ନଲୋଜିର ଦଳେ ଗବେଷକ ଛାତ୍ରଙ୍କ ଦ୍ୱାରା ସ୍ୱତନ୍ତ୍ର ଆପ ସେଫଟି ବିକଶିତ ହେଉଛି । ସେଲଫି ନେଉଥିବା ସ୍ଥାନଟି ବିପଦପୂର୍ଣ୍ଣ ହୋଇଥିଲେ , ପୂର୍ବରୁ ସେଠାରେ ଦୂର୍ଘଟଣା ଘଟିଥିଲେ , ସେ ବାବଦରେ ବ୍ୟବହାରକରୀଙ୍କ ମୋବାଇଲକୁ ତତକ୍ଷଣାତ ସୁଚନା ଯିବ । ସେହି ସ୍ଥାନର ଫଟୋଚିତ୍ର ମଧ୍ୟ ମୋବାଇଲରେ ଦୃଶ୍ୟମାନ ହେବ ଏବଂ ସେଲ୍ଫି ନେଉଥିବା ବ୍ୟକ୍ତି ସତର୍କ ହୋଇପାରିବ । ମୋବାଇଲ ଡାଟା ବନ୍ଦ ଥିବା ସମୟରେ ମଧ୍ୟ ଏହି ଆପ କାର୍ଯ୍ୟ କରିବାକୁ ସକ୍ଷମ ହେବ ।
ସୁଚନାଅନୁସାରେ, ୨୦୧୪ ମାର୍ଚ୍ଚରୁ ୨୦୧୬ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ଦେଶରେ ମୋଟ ୧୨୭ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଭାରତରେ ୭୬ ଜଣଙ୍କର ସେଲ୍ଫିରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here