ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରି ୪୭ ବର୍ଷର ମହିଳାଙ୍କ ପେଟରୁ ୪ କିଲୋ ଟ୍ୟୁମର୍ ବାହାର କରିଛନ୍ତି । ଏତେବଡ ଟ୍ୟୁମର୍ ବାହାର କରିବା ପାଇଁ ଡାକ୍ତର ହାଇବ୍ରିଡ ଉପାୟ ଅବଲମ୍ବନ କରି ତିନିଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ଏହି ୪୭ ବର୍ଷର ମହିଳା ଜାନୁଆରୀରେ ପେଟ ଯନ୍ତ୍ରଣା ହେଉଥିବା ନେଇ ହସ୍ପିଟାଲ ଆସିଥିଲେ । ମହିଳା ନିଜ ସହିତ ୨୦୦୯ରେ ପେଟର ଅଲଟ୍ରାସାଉଣ୍ଡ କରିଥିବା ରିପୋର୍ଟ ଆଣିଥିଲେ । ରିପୋର୍ଟରେ ପାଖାପାଖି ୭.୪ ବର୍ଗ ସେଣ୍ଟିମିଟର ଆକାରର ଟ୍ୟୁମର୍ ଥିବା ଉଲ୍ଲେଖ ଥିଲା । ଏହି ରିପୋର୍ଟ ଆଧାରରେ ଯେତେବେଳେ ହସ୍ପିଟାଲର ଡାକ୍ତର ମହିଳାଙ୍କ ପେଟରେ ପରୀକ୍ଷା କରିଥିଲେ ୯ ବର୍ଷ ଭିତର ଟ୍ୟୁମର୍ ଆକାର ପାଖାପାଖି ୪ କିଲୋ ହୋଇଯାଇଥିଲା । ଏହାର ଆକାର ୨୩.୨୩୧୬ ସେମି ଓ ଓଜନ ୪ କିଲୋ ପାଖାପାଖି ଥିଲା । ଟ୍ୟୁମର୍ ଗର୍ଭାଶୟରୁ ଛାତି ହାଡର ୪ ଇଞ୍ଚ ତଳକୁ ଓ ଲିଭରରେ ଲାଗି ରହିଥିଲା । ଏହା ଭୟାନକ କ୍ୟାନସର ଟ୍ୟୁମର୍ ବୋଲି ଡାକ୍ତରମାନେ କହିଛନ୍ତି ।