ମହାରାଷ୍ଟ୍ର ନାସିକରେ ଅଘଟଣ । ଅକ୍ସିଜେନ୍ ଲିକ୍ ହେବା କାରଣରୁ ଅକ୍ସିଜେନ୍ ସପ୍ଲାଇ ବନ୍ଦ କରିଦିଆଗଲା । ଫଳରେ ହସପିଟାଲରେ ଭେଣ୍ଟିଲେଟରରେ ଥିବା 22 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ନାସିକର ଜାକିର ହୁସେନ ମ୍ୟୁନିସିପାଲ ହସପିଟାଲରେ ଘଟିଛି ଏହି ଅଘଟଣ । ହସପିଟାଲ ବାହାରେ ଥିବା ଅକ୍ସିଜେନ ଟ୍ୟାଙ୍କରରେ ଲିକ୍ ହେବା କାରଣରୁ ହସପିଟାଲକୁ ଅଧଘଣ୍ଟାଏ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ କରିଦିଆଯାଇଥିଲା । ଫଳରେ ଅକ୍ସିଜେନ ଅଭାବରୁ ବାଇଶ ଜଣ ରୋଗୀ ଆଖି ବୁଜିଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ଦେଢଶହ ଜଣ ରୋଗୀ ଅକ୍ସିଜେନ ଉପରେ ନିର୍ଭର କରୁଥିଲେ । ଏହି ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ଏଫଡିଏ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here