ମଧୁମେହ ଏଭଳି ଏକ ରୋଗ ଯାହା ଗୋଟିଏ ମଣିଷକୁ ଧୀରେଧୀରେ ମରଣ ଆଡକୁ ଠେଲି ନେଇଯାଏ. ଯେତେପ୍ରକାର ଔଷଧ ଖାଇଲେ ମଧ୍ୟ ଏହା ଭଲ ହୋଇନଥାଏ. ସେଥିପାଇଁ ଆମେ କିଛି ଘରୋଇ ଉପଚାର କହିବୁ ଯାହାକୁ କରିବା  ଦ୍ୱାରା ଆପଣ ମଧୁମେହକୁ ସଂପୂର୍ଣ୍ଣରୂପେ ନିୟନ୍ତ୍ରଣକୁ ଆଣିପାରିବେ. ସମସ୍ତେ ଜାଣନ୍ତି, ପିତ୍ତଳ ବାସନରେ ଖାଇବା ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ.  ହଁ ଏହା ଠିକ୍.  ପିତ୍ତଳ ବାସନରେ ଖାଇଲେ ମଧୁମେହ ସହ ଅନ୍ୟ ରୋଗ ମଧ୍ୟ ଭଲ ହୋଇଥାଏ. ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରାତିସାରା ରଖି ପରଦିନ ସକାଳେ ସେହି ପାଣିକୁ ପିଅନ୍ତୁ. ଯାହା ଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରିହେବ.

ତେବେ ରୋଗ ଯାହାବି ହେଉ ନା କାହିଁକି, ଡାଏଟ୍ କରିବା ଦ୍ୱାରା ରୋଗ ବଢିଥାଏ କିମ୍ବା କମିଥାଏ. କାରଣ ଆମେ ଯେଉଁ ଖାଦ୍ୟ ଖାଉ ତାର ପ୍ରଭାବ ସିଧାସଳଖ ଆମ ଶରୀର ଉପରେ ପଡିଥାଏ. ତେବେ ମଧୁମେହ ରୋଗୀଙ୍କୁ ସେହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ ଯେଉଁ ଖାଦ୍ୟରେ କାର୍ବୋହାଇଡ୍ରେଡର ମାତ୍ରା ଅଧିକ ପରିମାଣରେ ଥାଏ.କାରଣ ଶରୀର ଭିତରକୁ ଯିବା ପରେ କାର୍ବୋହାଇଡ୍ରେଡ ଗ୍ଲୁକୋଜରେ ବ୍ରେକ ହୋଇଯାଇଥାଏ. ଯାହା ଦ୍ୱାରା ବ୍ଲଡ ସୁଗାର ପରିମାଣ ବଢିଯାଇଥାଏ. ସେଥିପାଇଁ ମଧିମେହ ରୋଗୀଙ୍କୁ ଯଥାସମ୍ଭବ କାର୍ବୋହାଇଡ୍ରେଟ ଖାଦ୍ୟରୁ ଦୂରେଇ ରହିବା ଉଚିତ.

 ଏହାପରେ ମଧୁମେହ ରୋଗୀଙ୍କୁ ସେହିସବୁ ଖାଦ୍ୟ ଖାଇବା ଦରକାର ଯେଉଁଥିରେ ଫାଇବର ଭରପୂର ମାତ୍ରାରେ ରହିଥାଏ. ସବୁଜ ପନିପରିବାରେ ଫାଇବର ମାତ୍ରା ଅଧିକ ରହିଥାଏ. ସେଥିପାଇଁ ସେମାନଙ୍କୁ ଅଧିକ ସବୁଜ ପନିପରିବା ଖାଇବା ଦରକାର.

ଏହାପରେ ମଧୁମେହକୁ ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରିବାକୁ ହେଲେ ପ୍ରଚୁର ପରିମାଣରେ ପାଣି ପିଇବା ଦରକାର. କାରଣ ପାଣି ପିଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ରହିଥାଏ. ତେବେ ଏହି ସବୁ ଉପଚାର କରିବା ଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରାଯାଇପାରେ

LEAVE A REPLY

Please enter your comment!
Please enter your name here