ଶରୀରର ସମସ୍ତ କ୍ରିୟାକୁ ଠିକ୍ ରଖିବା ପାଇଁ ଜଣେ ବ୍ୟକ୍ତି ଦିନରେ 2-3 ଥର ଖାଦ୍ୟ ଗ୍ରହଣ କରିଥାଏ. ତେବେ ଏହି ଖାଦ୍ୟ ଭିତରେ ସକାଳ ଜଳଖିଆ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ. କାରଣ ସକାଳ ଜଳଖିଆରୁ ହିଁ ଜଣେ ବ୍ୟକ୍ତିକୁ ସାରାଦିନ କାମ କରିବା ପାଇଁ ଶକ୍ତି ମିଳିଥାଏ. ଆଉ ଯଦି ସକାଳ ଜଳଖିଆ ଜଣେ ବ୍ୟକ୍ତି ନ କରେ ତାହାଲେ ତାକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ. ପ୍ରଥମରେ ସକାଳ ଜଳଖିଆ ନ କରିବା ଦ୍ୱାରା ବ୍ଲଡ ସୁଗାର ସ୍ତର ବହୁତ ତଳକୁ ଖସିଯାଏ. ଯାହା ଫଳରେ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଏ. ଏହାଛଡା ସକାଳ ଜଳଖିଆ ନ କଲେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ. ବ୍ଲଡ ସୁଗାର ପ୍ରଭାବିତ ହେବା ଫଳରେ ମାନସିକ ଚିନ୍ତା ମାଡିବସିଥାଏ. ପରେ ଦିନରେ ମଧ୍ୟାହ୍ନ ଭୋଜନ କଲେ ମଧ୍ୟ  ଶରୀରକୁ ଉପଯୁକ୍ତ ଶକ୍ତି ମିଳିପାରେନାହିଁ. ଆଉ ଥକ୍କାପଣ ଅନୁଭୂତ ହୁଏ ଏବଂ କାମ କରିବାକୁ ଇଚ୍ଛା ହୁଏନାହିଁ. ଅଧିକାଂଶ ଲୋକ ଭାବନ୍ତି ନ ଖାଇଲେ ଓଜନ କମେ. ମାତ୍ର ସେପରି ଭାବିବା ସଂପୂର୍ଣ୍ଣରୂପେ ଭୁଲ୍. ପ୍ରକୃତରେ ନ ଖାଇଲେ ପେଟ ବଢିବା ସହ ଓଜନ ମଧ୍ୟ ବଢିଥାଏ. ସେଥିପାଇଁ ସକାଳ ଜଳଖିଆ ଗ୍ରହଣ କରିବା ନିହାତି ଜରୁରୀ.

 

LEAVE A REPLY

Please enter your comment!
Please enter your name here